Below header

ପି. ଚିଦାମ୍ବରମ୍‌ଙ୍କୁ ତିହାଡ ଜେଲ୍‌ରେ ରହିବାର ବିତିଲା ୧୦୦ ଦିନ, ଡାଏରୀ ଲେଖିବାରେ କଟୁଛି ସମୟ

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍‌ INX Media Caseରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ତଦନ୍ତର ସାମ୍ନା କରୁଛନ୍ତି। ଚିଦାମ୍ବରମ୍‌ଙ୍କୁ ତିହାଡ ଜେଲ୍‌ରେ ରହିବାର ଇତିମଧ୍ୟରେ ୧୦୦ ଦିନ ବିତିଯାଇଛି। ଜେଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚିଦାମ୍ବରମ୍‌ ଜେଲ୍‌ରେ ବହି ପଢ଼ିବା ଏବଂ ଡାଏରୀ ଲେଖିବାରେ ଅଧିକରୁ ଅଧିକ ସମୟ ବିତାଇ ଦେଉଛନ୍ତି। ଏହାଛଡ଼ା ସେ କଏଦୀମାନଙ୍କୁ ଆଇନ ସମ୍ପର୍କିତ ପରାମର୍ଶ ମଧ୍ୟ ଦେଉଛନ୍ତି।

ଏହାସହ ପଢ଼ନ୍ତୁ: ହେଲିକପ୍ଟର ଉଦ୍ଧାର ସମୟରେ ୧୭୫ ଥର ବୁଲିଲା ମହିଳାଙ୍କ ଷ୍ଟ୍ରେଚର, ଭିଡିଓ ହେଲା ଭାଇରାଲ

ଏକ ଇଂଲିଶ ଗଣମାଧ୍ୟମର ରିପୋର୍ଟ ମୁତାବକ, ଚିଦାମ୍ବରମ୍‌ ଜେଲ୍‌ର ଅଧିକାରୀ ଏବଂ ଷ୍ଟାଫ୍‌ମାନଙ୍କ ସହ ବିନମ୍ର ବ୍ୟବହାର କରୁଛନ୍ତି। ତାଙ୍କର ଅଧିକ ସମୟ ବହି ଏବଂ ଖବରକାଗଜ ପଢ଼ିବାରେ ଯାଉଛି। ସନ୍ଧ୍ୟା ସମୟରେ ସେ ଡାଏରୀ ଲେଖନ୍ତି ବୋଲି ଜେଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

P2

ଦେଶ-ଦୁନିଆର ଘଟଣା ଉପରେ କରୁଛନ୍ତି ଚର୍ଚ୍ଚା

ଚିଦାମ୍ବରମ୍‌ ଜେଲ୍‌ ଷ୍ଟାଫ୍‌ମାନଙ୍କ ସହ ଦେଶ-ଦୁନିଆର ବିଭିନ୍ନ ଘଟଣା ଉପରେ ଚର୍ଚ୍ଚା ମଧ୍ୟ କରୁଛନ୍ତି। ଅଧିକତଃ ଅର୍ଥବ୍ୟବସ୍ଥା, ବଢ଼ୁଥିବା ବେକାରୀ ସମସ୍ୟା, ଦେଶର ବର୍ତ୍ତମାନ ସ୍ଥିତି ଏବଂ ପରିବର୍ତ୍ତନଶୀଳ ରାଜନୀତି ଉପରେ ସେ ନିଜର ରାୟ ରଖିଥାଆନ୍ତି। କେବଳ ଏତିକି ନୁହେଁ, ୟୁପିଏ ସରକାର ସମୟରେ ଅର୍ଥମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ରହିସାରିଥିବା ଚିଦାମ୍ବରମ୍‌ ନିଜର କେସ୍‌ ଉପରେ ମଧ୍ୟ ଚର୍ଚ୍ଚା କରିଥାଆନ୍ତି।

ଏହାସହ ପଢ଼ନ୍ତୁ: ପରିସ୍ଥିତି କରିଦେଲା ଅନାଥ, ୧୦ ବର୍ଷର ଶିଶୁ ନିଜେ ଚାଷ କରି ପୋଷୁଛି ପେଟ

କେବେଠାରୁ ଜେଲ୍‌ରେ ବନ୍ଦୀ ଅଛନ୍ତି ଚିଦାମ୍ବରମ୍‌?

INX Media Caseରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସିବିଆଇ ୨୧ ଅଗଷ୍ଟରେ ଗିରଫ କରିଥିଲା। ପଚରାଉଚରା ପରେ ତାଙ୍କୁ ୬ ସେପ୍ଟେମ୍ବରରେ ତିହାଡ ଜେଲ୍‌ ପଠାଯାଇଥିଲା। Aircel Maxis ମାମଲାରେ ପୁଅ କାର୍ତ୍ତିଙ୍କ ସହ ତାଙ୍କୁ ବି ଜାମିନ ମିଳିସାରିଥିବା ବେଳେ INX Media Caseରେ ଚିଦାମ୍ବରମ୍‌ଙ୍କ ଜାମିନ୍‌ ନେଇ ସୁପ୍ରିମ କୋର୍ଟ ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି।

P3

ଜେଲ୍‌ରେ ମିଳୁଛି ଏହି ସବୁ ସୁବିଧା

ଜେଲ୍‌ ସୂତ୍ରରୁ ଜଣାପଡ଼ିଛି, ଚିଦାମ୍ବରମ୍‌ଙ୍କୁ ଜେଲ୍‌ ନମ୍ବର ୭ର ସେଲ୍‌ରେ ଏକୁଟିଆ ରଖାଯାଇଛି। ତାଙ୍କ ସେଲ୍‌ ୧୫ ଫୁଟ୍‌ ଲମ୍ବା ଏବଂ ୧୦ ଫୁଟ୍‌ ଚଉଡ଼ା ଅଟେ। ସେଠାରେ ଖଟ, ତକିଆ, ଟିଭି ଏବଂ କମୋଡ୍‌ ସୁବିଧା ଉପଲବ୍ଧ ଅଛି। ଅନ୍ୟ କଏଦୀଙ୍କ ଭଳି ପି. ଚିଦାମ୍ବରମ୍‌ଙ୍କୁ ଜେଲ୍‌ର ଲାଇବ୍ରେରୀ ବ୍ୟବହାର କରିବାର ସୁବିଧା ଦିଆଯାଇଛି। ସେ ସକାଳେ ଏବଂ ସନ୍ଧ୍ୟାରେ ଜେଲ୍‌ ପରିସରରେ ଓ୍ଵାକ୍‌ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.