ଆଜିଠୁ ୫ଦିନ ଧରି ଚାଲିବ କୋଣାର୍କ ମହୋତ୍ସବ ୨୦୧୯ : ପ୍ରଦର୍ଶିତ ହେବ ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ

ପୁରୀ (କେନ୍ୟୁଜ୍) : ଆଜିଠୁ ଆରମ୍ଭ ହେଉଛି ୩୦ତମ କୋଣାର୍କ ଉତ୍ସବ । ଓଡ଼ିଶା ପର‌୍ୟ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ସୂର‌୍ୟ୍ୟମନ୍ଦିର ପରିସରରେ ଆୟୋଜିତ ହେବ ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ରୁ ନିରବଚ୍ଛିନ୍ନ ଭାବେ କୋଣାର୍କ ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି। କୋଣାର୍କ ମୁକ୍ତାକଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରଭାଗା ବେଳାଭୂମିକୁ ନବବଧୁରେ ସଜ୍ଜିତ କରାଯାଇଛି।

konarkମୁକ୍ତାକାଶ ରଙ୍ଗମଞ୍ଚରେ ଓଡିଶୀ ସହ କଥକ, ମୋହିନୀଅଟମ୍‌, ଭାରତନାଟ୍ୟମ୍‌ , କୁଚିପୁଡ଼ି ସହ ଇଣ୍ଡୋନେସିଆର ବିଦ୍ୟା ବୁଦୟ ବାଲିନେସ ଡ୍ୟାନ୍ସ ଗ୍ରୁପ୍‌ ଦ୍ୱାରା ପ୍ରଥମ ଥର ପାଇଁ ଇଣ୍ଡୋନେସିଆର ପାରମ୍ପରିକ ନୃତ୍ୟ ପରିବେଷିତ ହେବ ବୋଲି ପର‌୍ୟ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ଏଥି ସହ ଚିତ୍ରକଳା ପ୍ରଦର୍ଶନ ଓ ହସ୍ତଶିଳ୍ପ ପ୍ରଦର୍ଶନର ଆୟୋଜନ କରାଯାଇଛି। ସେହିପରି ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହେବ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ।

konarkଏହି ଉତ୍ସବରେ ୧୬ଜଣ ଜାତୀୟ, ୟୁଏସ୍‌ଏ, ଆୟାରଲ୍ୟାଣ୍ଡ, ଡେନମାର୍କ, ଋଷିଆ, କାନାଡ଼ା , ସାଉଥ ଆଫ୍ରିକା ଆଦି ଦେଶରୁ ୭ଜଣ ବିଦେଶୀ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିବେ। ଆମ ରାଜ୍ୟର ୧୪୨ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିବେ। ପ୍ରତିଦିନ ଗୋଟିଏ ଗୋଟିଏ ବିଷୟବସ୍ତୁକୁ ନେଇ ହେବ ବାଲୁକା କଳା। ଡିସେମ୍ବର ୫ତାରିଖରେ ଉଦଯାପିତ ହେବ ଏହି ଉତ୍ସବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.