Below header

ଚୀନ୍‌ରେ କାର୍ଯ୍ୟରତ ଅଷ୍ଟ୍ରେଲିଆନ୍‌ ଆଙ୍କରଙ୍କୁ ବେଜିଂରେ ଅଟକ, ଦୁଇ ଦେଶ ମଧ୍ୟରେ ଖରାପ ହେଉଛି ସମ୍ପର୍କ

ଚୀନ୍‌ର ସରକାରୀ ଟିଭିର ଅଷ୍ଟ୍ରେଲିଆନ୍‌ ଆଙ୍କରଙ୍କୁ ବେଜିଂ ଅଟକ ରଖିଛି। ଚୀନ୍‌ର ଏଭଳି ପଦକ୍ଷେପ ପରେ ବେଜିଂ ଓ କେନବରା ମଧ୍ୟରେ ସମ୍ପର୍କ ଖରାପ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅଷ୍ଟ୍ରେଲିଆନ୍‌ ଆଙ୍କର ଚେଙ୍ଗ ଲେଇ ଇଂରାଜୀ ଚ୍ୟାନେଲ ସିଜିଟିଏନ୍‌ ସହ କାମ କରୁଥିଲେ।

ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମୋରିସ୍‌ ପାୟନେ ଏ ନେଇ ସୂଚନା ଦେବା ଅବସରରେ କହିଛନ୍ତି ଅଷ୍ଟ୍ରେଲିଆର ସରକାରୀ ଅଧିକାରୀ ଗୁରୁବାର ଚେଙ୍ଗ ଲେଇଙ୍କୁ ଭିଡିଓ କଲ୍‌ ମାଧ୍ୟମରେ ଯୋଗାଯୋଗ କରିଥିଲେ। ବିଦେଶ ମନ୍ତ୍ରୀ କହିଛନ୍ତି ସାମ୍ବାଦିକା ଓ ତାଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଅଗଷ୍ଟ ୧୪ ତାରିଖରେ ସାମ୍ବାଦିକାଙ୍କୁ ଅଟକ ରଖାଯାଇଥିବା ବେଳେ ସୋମବାର ଦିନ ଏନେଇ ସାର୍ବଜନୀନ ସୂଚନା ଦିଆଯାଇଛି।

bejing2

ତେବେ ଆଙ୍କରଙ୍କୁ କାହିଁକି ଅଟକ ରଖାଯାଇଛି ସେ ନେଇ ଅଷ୍ଟ୍ରେଲିଆ ତରଫରୁ କୌଣସି ସୂଚନା ଦିଆଯାଇନାହିଁ। କେତେକ ବିଷୟକୁ ନେଇ ଚୀନ୍‌ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଅଷ୍ଟ୍ରେଲିଆନ୍‌ ଆଙ୍କରଙ୍କ ପୂର୍ବରୁ ଚୀନ୍‌ର ପୂର୍ବ ସରକାରୀ କର୍ମଚାରୀ ୟାଙ୍ଗ ହେଙ୍ଗଜୁନ୍‌ଙ୍କୁ ମଧ୍ୟ ବେଜିଂରେ ଅଟକ ରଖାଯାଇଥିଲା। ମାର୍ଚ୍ଚରେ ଅଷ୍ଟ୍ରେଲିଆ ହେଙ୍ଗଜୁନ୍‌ଙ୍କ ଉପରେ ଗୁପ୍ତଚର ହୋଇଥିବା ନେଇ ଅଭିଯୋଗ କରି ଚୀନ୍‌ ସହ ଆଲୋଚନା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.