ମିଛ ବୟାନ ଦେଇଥିବା ଅଭିଯୋଗରେ ସୁଶାନ୍ତଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିବାକୁ ଯାଉଛନ୍ତି ରିୟା ଚକ୍ରବର୍ତ୍ତୀ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା ଘଟଣାରେ ଆସିଲା ନୂଆ ମୋଡ଼ । ସମସ୍ତ ଯାଞ୍ଚ ଅଧିକାରୀ ଏବଂ ସୁପ୍ରିମ କୋର୍ଟ ସାମ୍ନାରେ ମିଛ ବୟାନ ଦେଇଥିବା ନେଇ ସୁଶାନ୍ତଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିବାକୁ ଯାଉଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ସେ ଦାବି କରିଛନ୍ତି ଯେ ସୁଶାନ୍ତଙ୍କ ପରିବାର ତାଙ୍କ ଡିପ୍ରେସନ ବିଷୟରେ ସବୁକିଛି ଜାଣିଥିଲେ । ଏସବୁ ଜାଣିବା ସତ୍ତ୍ୱେ ମଧ୍ୟ ସେ ଯାଞ୍ଚ ଅଥରିଟି ଏବଂ ସୁପ୍ରିମକୋର୍ଟ ଆଗରେ ମିଛକଥା କହିଛନ୍ତି ।

ରିୟାଙ୍କ ଓକିଲ ସତୀଶ ମନସିଂଦେଙ୍କ କହିବା ଅନୁଯାୟୀ “ଡାକ୍ତରଙ୍କ ପ୍ରେସକ୍ରିପସନ ଏବଂ ଦୁଇ ଭଉଣୀଙ୍କ ଚାଟରୁ ଏହା ସ୍ପଷ୍ଟ ହୋଇଛି ଯେ ସୁଶାନ୍ତଙ୍କ ପରିବାର ତାଙ୍କ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଜାଣିଥିଲେ। ସେମାନେ ସବୁ ଜାଣି ମଧ୍ୟ ସୁପ୍ରିମକୋର୍ଟ ଏବଂ ଇଡିରେ ମିଛ କହୁଥିଲେ। ଏହା ବ୍ୟତୀତ କନସଲଟେସନ ମଧ୍ୟ ବେଆଇନ ଅଟେ। ଯଦି ଅନଲାଇନ୍ ପରାମର୍ଶ ଦିଆଯାଇଛି ତେବେ ଡାକ୍ତର କେବଳ ସେହି ରୋଗୀଙ୍କୁ ଔଷଧ ପାଇଁ କହିଥାନ୍ତି ଯାହା ବିଷୟରେ ସେ ସବୁକିଛି ଜାଣିଥାନ୍ତି । ”

sushant3

ଗତ ଦୁଇ ଦିନ ମଧ୍ୟରେ ଦୁଇଟି ହ୍ଵାଟ୍ସଆପ ଚାଟ ସାମ୍ନାକୁ ଆସିଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ସୁଶାନ୍ତଙ୍କ ଭଉଣୀ ମିତୁ ଏବଂ ମ୍ୟାନେଜର ଶ୍ରୁତି ମୋଦୀଙ୍କ ମଧ୍ୟରେ । ଏଥିରେ ମିତୁ ଶ୍ରୁତିଙ୍କୁ ଔଷଧର ପ୍ରେସକ୍ରିପସନ ସେୟାର କରିବାକୁ କହିଛନ୍ତି। ଦ୍ୱିତୀୟ ଚାଟ୍ ହେଉଛି ସୁଶାନ୍ତ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ମଧ୍ୟରେ । ଏଥିରେ ପ୍ରିୟଙ୍କା ସୁଶାନ୍ତଙ୍କୁ ଦିଲ୍ଲୀର ଜଣେ ଡାକ୍ତରଙ୍କ ପ୍ରେସକ୍ରିପସନ ପଠାଇଛନ୍ତି । ଏଥିରୁ ନିଶ୍ଚିତ ଯେ ସୁଶାନ୍ତ ଡିପ୍ରେସନର ଔଷଧ ଖାଉଥିଲେ ।

ସିବିଆଇ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବାର 12 ଦିନ ବିତିଗଲାଣି । ଏହି ସମୟ ମଧ୍ୟରେ ରିୟାଙ୍କୁ ଚାରି ଦିନ ପାଇଁ ନିରନ୍ତର ପ୍ରଶ୍ନ କରାଯାଇଥିଲା । କୁହାଯାଉଛି ଯଦି ଆବଶ୍ୟକ ପଡେ ତାଙ୍କୁ ପଞ୍ଚମ ଦିନ ମଧ୍ୟ ଡକାଯିବ । ରିୟାଙ୍କ ଭାଇ ଶୋଭିକ୍, ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦୀ, ହାଉସ କିପର ନୀରଜ ସିଂ ଏବଂ CA ରଜତ ମେୱତୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି । ମଙ୍ଗଳବାର ଦିନ ସିବିଆଇ ରିୟାଙ୍କ ମା ସାନ୍ଧ୍ୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଡାକିଥିଲା । ସୂଚନାନୁସାରେ, ସୋମବାର ଦିନ ରିୟାଙ୍କ ଡ୍ରଗ୍ସ ଚାଟ୍ ଏବଂ ହୋମ ପାର୍ଟି ବିଷୟରେ ପ୍ରଶ୍ନ କରାଯାଇଥିଲା ଯାହା ବିଷୟରେ ସେ ସଠିକ୍ କିଛି କହିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.