ଝିଅ ଘରକୁ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣା, ୩୦ ଫୁଟ ତଳକୁ ଖସି ପଡ଼ିଲା କାର

କେନ୍ଦୁଝର : ୩୦ ଫୁଟ ତଳକୁ ନାଳ ଭିତରକୁ ଖସି ପଡ଼ିଲା କାର । ସୂଚନା ଅନୁଯାୟୀ ଗୋଟିଏ ପରିବାରର ୩ ଜଣ କାରରେ ଯାଉଥିବା ସମୟରେ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇ ୩୦ ଫୁଟ ତଳକୁ ଖସିପଡିଛି । ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ବହଲଦା ଅଞ୍ଚଳର ଚନ୍ଦନ ବାସ୍କେ ଜଗତସିଂହପୁର ନିଜ ଝିଅ ଘରକୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା । ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଆହତଙ୍କୁ ଉଦ୍ଧାର ଏବଂ ସେଠାରେ ପାଟଣା ପୋଲିସ ପହଂଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.