Below header

କୈଳାଶ ମାନସରୋବର ଯାତ୍ରା ପାଇଁ ୩୦ ଶ୍ରଦ୍ଧାଳୁଙ୍କୁ ଚୀନ ଦେଲା ଭିସା, ପୂର୍ବରୁ ଲଗାଇଥିଲା ରୋକ୍‌

ଶେଷରେ ଚୀନ ୩୦ ଶ୍ରଦ୍ଧାଳୁ କୈଳାଶ ମାନସରୋବର ଯାତ୍ରା ପାଇଁ ଭିସା ପ୍ରଦାନ କରିଛି। ଚୀନରୁ ଭିସା ମିଳିବା ପରେ ଶ୍ରଦ୍ଧାଳୁମାନେ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ଚୀନ ଭିସା ଦେବାକୁ ନେଇ ପ୍ରତିବନ୍ଧକ ଲଗାଇଥିଲା।

ସୂଚନା ମୁତାବକ, ଏହି ୩୦ ଜଣ ଶ୍ରଦ୍ଧାଳୁଙ୍କୁ ମଙ୍ଗଳବାର ଦିନ କୈଳାଶ ମାନସରୋବର ଯାତ୍ରା ପାଇଁ ଯିବାର ଥିଲା। କିନ୍ତୁ ଚୀନ ସେମାନଙ୍କର ଭିଜା ଦେବାରେ ବିଳମ୍ବ କରିବାରୁ ସେମାନେ ଯାତ୍ରା ବୁଧବାର ଦିନ ଆରମ୍ଭ କରିଛନ୍ତି। ଏପରି ଭିସା ଯାତ୍ରାର ଗୋଟେ ଦିନ ପୂର୍ବରୁ ମିଳିବା କଥା, କିନ୍ତୁ ଏବେ ଭିସା ହେବାରେ ବିଳମ୍ବ ଅଛି ଏବଂ ହେଡକ୍ୱାର୍ଟରରୁ ଅନୁମତି ଆସିଲେ ମିଳିବ ଯାତ୍ରୀ ମାନଙ୍କୁ କୁହାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ଚଳିତ ବର୍ଷ ନାଥୁଲା ମାର୍ଗ ୧୦ ଏବଂ ଲିପୁଲେଖା ମାର୍ଗରୁ ସମସ୍ତ ୧୮ ଜଣ ଯାତ୍ରୀ ଏହି କାର‌୍ୟ୍ୟକ୍ରମ ପାଇଁ ପ୍ରସ୍ତାବିତ ହୋଇଥିଲା। ନାଥୁଲା ମାର୍ଗରୁ ପ୍ରତ୍ୟେକ ବର୍ଷ ୫୦ରୁ ଅଧିକ ଯାତ୍ରୀ ଏବଂ ଲିପୁଲେଖାରୁ ୬୦ଜଣ ଯାତ୍ରୀଙ୍କୁ ପ୍ରତ୍ୟେକ ବ୍ୟାଚରେ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଏ।

ସୂଚନାଯୋଗ୍ୟ, କୈଳାଶ ମାନସରୋବର ତିବ୍ଦତର କୈଳାଶ ପର୍ବତ ମାଉଣ୍ଟେନ ରେଞ୍ଜରେ ୨୧,୭୭୮ ଫୁଟ ଉଚ୍ଚରେ ରହିଛି। ଯେଉଁଠାରେ ହିନ୍ଦୁ ଦେବତା ଭଗବାନ ଶିବଙ୍କ ବାସସ୍ଥାନ। ୧୯୮୧ରୁ ଏହି ଯାତ୍ରା ପାଇଁ ଆଇଟିବିପି ସଂସ୍ଥା ମୁଖ୍ୟ ଭୂମିକା ନିର୍ବାହ କରୁଛି। ଏହି ସଂସ୍ଥା କୈଳାଶ ମାନସରୋବରକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସୁରକ୍ଷା, ଚିକିତ୍ସା ଏବଂ ସୁବିଧା ଉପଲବ୍ଧ କରାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.