ହାଲ୍ ପକ୍ଷରୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେଉଁ ପଦବୀ ରହିଛି ଖାଲି
ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ଏଚଏଏଲ)ରେ ନିଯୁକ୍ତି ସୁଯୋଗ। ଏହା ଦକ୍ଷିଣ ପୂର୍ବ ଏସିଆର ପ୍ରମୁଖ ଏରୋନଟିକାଲ ଇଣ୍ଡଷ୍ଟ୍ରୀ। ହାଲ ପକ୍ଷରୁ ଟେକ୍ନସିଆନ (ଫିଟର) ପୋଷ୍ଟ ପାଇଁ ପଦବୀ ଖାଲି ରହିଥିବା ନୋଟିଫିକେସ ଜାରି କରିଛି। ଇଛୁକ ପ୍ରାର୍ଥୀ ଅନଲାଇନ ଫର୍ମାଟ ଜରିଆରେ ୨୮ ଅଗଷ୍ଟ ୨୦୧୯ ପୂର୍ବରୁ ଏହି ପଦବୀରେ ଆବେଦନ କରିପାରିବେ।
ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ୧୦ମ ପାସ କିମ୍ବା ଫିଟର ଟ୍ରେଡରେ ITI+NAC OR ITI+NCTVT ପାସ୍ କରିଥିବା ଆବଶ୍ୟକ। ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ୩୮ ବର୍ଷରୁ କମ୍ ହୋଇଥିବା ବେଳେ ଅନୁସୂଚିତ ଜାତି, ଜନଜାତି ପ୍ରାର୍ଥୀଙ୍କ ବୟସ ୪୩ ବର୍ଷ ରଖାଯାଇଛି। ଆବେଦନ କରିବା ପାଇଁ ଇଛୁକ ପ୍ରାର୍ଥୀ ହାଲର ଅଫିସିଆଲ ୱେବସାଇଟକୁ ଯାଇ hal-india.co.in ଯାଇ ଲଗଇନ କରନ୍ତୁ। ପରେ ଆପ୍ଲିକେସନ ଲିଙ୍କ ପାଇଁ https://meta-secure.com/HAL-EnginePWD/Registration ରେ କ୍ଲିକ କରନ୍ତୁ ।
ଏହା ସହ ପଢନ୍ତୁ ; ଏନଏଲସି ଇଣ୍ଡିଆରେ ଆଠଶହରୁ ଊର୍ଦ୍ଧ୍ୱ ପଦ ଖାଲି, ଆପଣ ମଧ୍ୟ କରିପାରିବେ ଆବେଦନ