ସୁଷମା ସ୍ୱରାଜଙ୍କ ପାଖରେ ଥିଲା ୩୨ କୋଟି ଟଙ୍କାର ସମ୍ପତ୍ତି, ବର୍ତ୍ତମାନ କିଏ ତାର ମାଲିକ?
ଦେଶର ପୂର୍ବ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ନିଧନ ହୋଇଛି। ଏଭଳି ଏକ ଦୁଃଖଦ ଖବର ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ସୁଷାମ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିଲେ ଏହି କାରଣରୁ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି। ତାଙ୍କ ନିଧନରେ ମୋଦି ଟ୍ଵିଟ କରି ଲେଖିଛନ୍ତି ସୁଷମା ସମ୍ପୂର୍ଣ୍ଣ ଅଲଗା ଥିଲେ ଏବଂ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ମଧ୍ୟ ଥିଲେ।
ବୈଦେଶିକ ମନ୍ତ୍ରୀ ରହିଥିବାବେଳେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ସେ ବିଦେଶରେ ଫସିଥିବା ଲୋକଙ୍କୁ ବହୁତ ଥର ସାହାଯ୍ୟ କରିଛନ୍ତି। ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁବୁ ସୁଷମାଙ୍କ ସମ୍ପତ୍ତି ବିଷୟରେ। ଏକ ରିପୋର୍ଟ ଅନୁଯାୟୀ ୨୦୧୮ ଆଫିଡେବିଡ ଅନୁସାରେ ସୁଷମା ଏବଂ ତାଙ୍କ ସ୍ୱାମୀଙ୍କ ପାଖରେ ୩୨ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିଲା।
ରିପୋର୍ଟ ଅନୁଯାୟୀ ସୁଷମା ଏବଂ ତାଙ୍କ ସ୍ୱାମୀଙ୍କ ପାଖରେ ୧୯ କୋଟି ଟଙ୍କା ସେଭିଂ ଥିଲା। ଯେଉଁଥିରେ ୧୭ କୋଟି ଏଫଡିଆର ସାମିଲ ରହିଛି। ସେହିପରି ତାଙ୍କ ପାଖରେ ଏବଂ ତାଙ୍କ ସ୍ୱାମୀଙ୍କ ପାଖରେ ୩୦ ଲକ୍ଷ ଟଙ୍କା ସେଭିଂ ଆକାଉଣ୍ଟ ରହିଛି।
ଏହାସହ ପଢନ୍ତୁ : ହରିଶ ସାଲଭେଙ୍କ ସହ ସୁଷମାଙ୍କ ଶେଷ କଥା, କହିଥିଲେ ‘କାଲି ଆସିବ ତମ ପ୍ରାପ୍ୟ ଏକ ଟଙ୍କା ନେଇଯିବ’
ଯଦି ଆମେ ଗାଡି ବିଷୟରେ କହିବା ତେବେ ତାଙ୍କ ପାଖରେ କୌଣସି ବ୍ୟକ୍ତିଗତ କାର ନଥିଲା। ତାଙ୍କ ସ୍ୱାମୀଙ୍କ ପାଖରେ ୨୦୧୭ ମଡେଲର ମର୍ସିଡିଜ୍ ଗାଡି ଅଛି। ଯାହାର ଦାମ ପାଖାପାଖି ୩୬ ଲକ୍ଷ ଟଙ୍କା।
୨୦୧୮ରେ ସୁଷମା ସ୍ୱରାଜ ରାଜ୍ୟସଭା ନିର୍ବାଚନ ପାଇଁ ନିଜର ଇନକମ୍ ଆଫିଡେବିଡ୍ ଦେଇଥିଲେ। ଯାହାଦ୍ୱାରା ଜଣାପଡିଥିଲା ଯେ ସେ ଆଭୂଷଶର ସୌକିନ୍ ଥିଲେ। ତାଙ୍କ ପାଖରେ ୨୯,୩୪,୦୦୦ ଟଙ୍କାର ଆଭୂଷଣ ଥିଲା।
ଏହାସହ ପଢନ୍ତୁ : କଲେଜରୁ ଆରମ୍ଭ ହୋଇଥିଲା ସୁଷମା ସ୍ୱରାଜଙ୍କ ଲଭ ଷ୍ଟୋରୀ, ମା ବାପାଙ୍କ ଅନିଚ୍ଛା ସତ୍ତ୍ୱେ କରିଥିଲେ ପ୍ରେମ ବିବାହ
ସୁଷମା ଏବଂ ତାଙ୍କ ସ୍ୱାମୀଙ୍କ ପାଖରେ ବହୁତ ପ୍ରପୋର୍ଟି ମଧ୍ୟ ରହିଛି। ହରିୟାଣା ସ୍ଥିତ ପଲବମରେ ତାଙ୍କର ଏଗ୍ରିକଲଚର ଲ୍ୟାଣ୍ଡ ରହିଛି। ଯାହାର ଦାମ ୯୮ ଲକ୍ଷ ଟଙ୍କା। ସେହିପରି ଦିଲ୍ଲୀରେ ସୁଷମାଙ୍କ ନାମରେ ଏକ ଫ୍ଲାଟ ମଧ୍ୟ ରହିଛି। ଖାସ୍ କଥା ହେଉଛି ସୁଷମାଙ୍କ ଉପରେ କୌଣସି ପ୍ରକାର ଋଣ ରହିନାହିଁ। ସୁଷମାଙ୍କ ନିଧନ ପରେ ଏବେ ଏହି ସବୁ ସମ୍ପତ୍ତିର ମାଲିକ ଏବେ ତାଙ୍କ ସ୍ୱାମୀ ସ୍ୱରାଜ କୌଶଲ।