ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ବାଲିପଙ୍କ ଅସ୍ଥାୟୀ ପୋଲ ଉପରେ ୩ଫୁଟର ପାଣି

ମୋହନା: ଗତ ଦୁଇ ଦିନ ଧରି ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ମୋହନା ବ୍ଳକରେ ଏହାର ପ୍ରକୋପ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ବାଲିପଙ୍କ ଅସ୍ଥାୟୀ ପୋଲ ଉପରେ ୩ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଅନ୍ତରା ଠାରୁ ଚନ୍ଦ୍ରଗିରି,ଚାନ୍ଦିପୁଟକୁ ଯାତାୟତ ଠପ୍ ହୋଇଯାଇଛି । ଏହି ପୋଲ ନିର୍ମାଣ ଚାଲିଥିବାବେଳେ ଗତ ତିତିଲି ବାତ୍ୟାରେ ପୋଲଟି କ୍ଷତିଗ୍ରସ୍ତ ହୋଇଥିଲା । ଲୋକଙ୍କ ଯାତାୟତ ପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରିଥିଲା ପ୍ରଶାସନ । ଖବର ପାଇ ମୋହନା ବିଡିଓ ବଂଶୀଧର ଖୋସଲା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଖୁବଶୀଘ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଆଲୋଚନା କରି ପୋଲ ନିର୍ମାଣ କରାଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.