ବର୍ଷକର ପ୍ରେମ ସମ୍ପର୍କ ଜାଣିବା ପରେ ଝିଅକୁ ପଠାଇଦେଲେ ପ୍ରେମିକ ଘରକୁ, ଆଉ ତା’ପରେ ଘଟିଗଲା ଏଭଳି ଘଟଣା
ବର୍ଷକର ପ୍ରେମ ସମ୍ପର୍କ ଜଣାପଡ଼ିବା ପରେ ଯେବେ ଯୁବତୀଙ୍କ ଗାଁରେ ପଞ୍ଚାୟତ ବସିଲା, ସେତେବେଳେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଘରେ ରହିବା ପାଇଁ ନିଷ୍ପତ୍ତି ଶୁଣାଯାଇଥିଲା। ଆଉ ଯେତେବେଳେ ଝିଅର ପରିବାର ଲୋକେ ପ୍ରେମିକ ଘରେ ଯାଇ ପହଞ୍ଚିଥିଲେ, ସେଠି ଦେଖିବାକୁ ପାଇଥିଲେ ଝିଅର ମୃତଦେହ। ସୁଯୋଗ ଦେଖି ପ୍ରେମିକ ଓ ତାଙ୍କ ପରିବାର ସଦସ୍ୟ ଫେରାର୍ ହୋଇଯାଇଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବିହାରର ମଧୁବନି ଜିଲାରେ।
ଅରେର ଥାନା ଅଧୀନ ଅତରୌଲି ଗ୍ରାମବାସୀଙ୍କ କହିବାନୁଯାୟୀ, ରାଜେଶ କୁମାର ଠାକୁର ନାମକ ଯୁବକ ସେହି ଗାଁର ଜଣେ ଝିଅକୁ ପାଖାପାଖି ୧ ବର୍ଷ ହେବ ଲୁଚାଛପା ପ୍ରେମ କରିଆସୁଥିଲେ। କୌଣସି ସୂତ୍ରରୁ ଝିଅର ପରିବାର ଲୋକଙ୍କୁ ଖବର ମିଳିବା ପରେ ଗାଁରେ ପଞ୍ଚାୟତ ବସିଥିଲା। ଝିଅକୁ ତା’ର ପ୍ରେମିକ ଘରକୁ ଯିବା ଉଚିତ ବୋଲି ପଞ୍ଚାୟତ ନିଷ୍ପତ୍ତି ଶୁଣାଇଥିଲା। ଏହି ନିଷ୍ପତ୍ତିକୁ ଝିଅର ପରିବାର ଲୋକେ ସ୍ୱୀକାର କରିଥିଲେ।
ଏହାସହ ପଢ଼ନ୍ତୁ: ମଧ୍ୟପ୍ରଦେଶ: ସ୍ତ୍ରୀ କହିଲେ, ‘ଡାକ୍ତର ସ୍ୱାମୀ ମୋର ସମଲିଙ୍ଗୀ, କ୍ଲିନିକରେ ଚଲାଇଥିଲେ ବେଶ୍ୟାବୃତ୍ତି’
ଝିଅ ପ୍ରେମିକ ଘରେ ରହିବାର ୨ଦିନ ପରେ ବାପଘର ଲୋକ ଝିଅକୁ ଦେଖା କରିବାକୁ ଯାଇଥିଲେ। ଏହି ସମୟରେ ଝିଅର ପ୍ରେମିକ ଓ ପରିବାର ଲୋକ ଘର ଛାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଥିଲେ। ସେପଟେ ଝିଅର ମୃତଦେହ ଘର ଭିତରେ ପଡ଼ିରହିଥିଲା।
ଘଟଣା ସମ୍ପର୍କରେ ଝିଅର ବାପଘର ଲୋକ ପୋଲିସକୁ ଜଣାଇଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରେମିକ ଘରେ ଝିଅକୁ ପ୍ରବଳ ମାରପିଟ କରାଯାଇଛି। ଏହାପରେ ସେମାନେ ବିଷ ଦେଇ ମାରିଦେଇଛନ୍ତି। ସେପଟେ ମାମଲାର ଛାନଭିନ୍ କରାଯାଉଥିବା ଡିଏସପି ପୁଷ୍କର କୁମାର କହିଛନ୍ତି।