Below header

ପାକିସ୍ତାନରେ ଭାରତର ଆଉ ଏକ ଶତ୍ରୁ ସଫା, ଲସ୍କର-ଇ-ତୋଇବା ମୁଖ୍ୟ ହଫିଜ ସଇଦର ନିକଟତମ ଫାରୁକକୁ ହତ୍ୟା

ଭାରତରେ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ଭାରତର ମୋଷ୍ଟ ଓ୍ଵାଣ୍ଟେଡ ଲସ୍କର-ଇ-ତୋଇବା (ଏଲଇଟି) ଆତଙ୍କବାଦୀ ହଫିଜ ସଇଦର ଡାହାଣହାତ ବା ଅତିନିକଟତର ମୁଫତି କାଇସର ଫାରୁକକୁ ପାକିସ୍ତାନ କରାଚିରେ ହତ୍ୟା କରାଯାଇଛି । କେହି ଜଣେ ଅଜଣା ବ୍ୟକ୍ତି ତାକୁ ଗୁଳିକରି ହତ୍ୟା କରିଥିବା ନେଇ ଖବର ମିଳିଛି ।

ଇସଲାମବାଦ : ଭାରତରେ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ଭାରତର ମୋଷ୍ଟ ଓ୍ଵାଣ୍ଟେଡ ଲସ୍କର-ଇ-ତୋଇବା (ଏଲଇଟି) ଆତଙ୍କବାଦୀ ହଫିଜ ସଇଦର ଡାହାଣହାତ ବା ଅତିନିକଟତର ମୁଫତି କାଇସର ଫାରୁକକୁ ପାକିସ୍ତାନ କରାଚିରେ ହତ୍ୟା କରାଯାଇଛି । କେହି ଜଣେ ଅଜଣା ବ୍ୟକ୍ତି ତାକୁ ଗୁଳିକରି ହତ୍ୟା କରିଥିବା ନେଇ ଖବର ମିଳିଛି ।

ଫାରୁକ ଆତଙ୍କୀ ସଂଗଠନ ଲସ୍କର ଇ ତୋଇବାର ସହ ସଂସ୍ଥାପକ ଥିଲା । ଏହି ଘଟଣା ପରେ ଆତଙ୍କୀ ସଂଗଠନ ମଧ୍ୟରେ ଆତଙ୍କ ଖେଳିଯାଇଛି । ତେବେ ଏହି ହତ୍ୟା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ । ଏହି ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଫାରୁକ କିିଛି ବ୍ୟକ୍ତିଙ୍କ ସହ ଖୋଲାଖୋଲି ଭାବେ ବୁଲୁଥିବା ବେଳେ ଗୁଳି ହୋଇଥିଲା । ଅନ୍ୟମାନେ ଦୌଡି ପଳାଇ ଯାଉଥିବା ବେଳେ ଫାରୁକ ଟଳିପଡିଥିବା ଭିଡିଓରେ ଦେଖାଯାଇଛି । ଏହାସହ ଲସ୍କର ଇ ତୋଇବା ମୁଖ୍ୟ ହଫିଜ ସଇଦର ପୁଅକୁ ମଧ୍ୟ କେହି ଅପହରଣ କରିଥିବା ଖବର ମିଳିଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ତାକୁ ଖୋଜିବାରେ ଲାଗିପଡିଛି ।

ଏହାପୂର୍ବରୁ ଏଲଇଟି ମୁଖ୍ୟ ହଫିଜ ସଇଦ ଘର ଉପରେ ମଧ୍ୟ ୨୦୨୧ରେ ବୋମା ମାଡ ହୋଇଥିଲା । ଯେତେବେଳେ କି ହାଫିଜ ଘରେ ଥିବା ଜଣାଯାଇଥିଲା । ଶୁଣାଯାଉଛି ହାଫିଜ ସଇଦ ଉପରେ ମଧ୍ୟ ଆକ୍ରମଣ ହେବାର ସମ୍ଭାବନା ରହିଛି ।

ପ୍ରକାଶଯୋଗ୍ୟ, ଆତଙ୍କବାଦୀଙ୍କ ଚରାଭୁଇଁ ପାଲଟିଥିବା ପାକିସ୍ତାନରେ ଆତଙ୍କୀଙ୍କୁ ସୁରକ୍ଷା ଦିଆଯାଉଥିବା ବେଳେ ହାଫିଜର ଡାହାଣ ହାତ ଫାରୁକକୁ କିଏ ହତ୍ୟା କଲା ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ଭାରତର ଶତ୍ରୁକୁ ପାକିସ୍ତାନରେ କିଏ ହତ୍ୟା କରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.