କଳାହାଣ୍ଡିରେ ଟ୍ରିପଲ ମର୍ଡର, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗାଁରେ ଟ୍ରିପଲ୍ ମର୍ଡର ହୋଇଛି । ମା ସହ ଦୁଇ ବର୍ଷର ଶିଶୁ ଓ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ବେଳେ କିଏ ଏବଂ କାହିଁକି ଘଟାଇଛି ଏଭଳି ହତ୍ୟା କାଣ୍ଡ ଜଣାପଡିନାହିଁ ।

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡିରେ ଚାଞ୍ଚଲ୍ୟ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗାଁରେ ଟ୍ରିପଲ୍ ମର୍ଡର ହୋଇଛି । ମା ସହ ଦୁଇ ବର୍ଷର ଶିଶୁ ଓ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ବେଳେ କିଏ ଏବଂ କାହିଁକି ଘଟାଇଛି ଏଭଳି ହତ୍ୟା କାଣ୍ଡ ଜଣାପଡିନାହିଁ । ଜୁନାଗଡ଼ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଚଳାଇଛି । ମୃତକ ୩ ଜଣ ହେଲେ ରାଏମତି ମାଝୀ ଏବଂ ତାଙ୍କ ଦୁଇ ବର୍ଷର ପୁଅ । ବୃଦ୍ଧ ଜଣଙ୍କ ନା ମହେନ୍ଦ୍ର କୁମାର ବୋଲି ସୂଚନା ମିଳିଛି ।

ଶଙ୍କରପଲା ଗାଁ ମୁଣ୍ଡ ରାସ୍ତାକଡ଼ରୁ ଏକାସାଙ୍ଗରେ ୩ ମୃତଦେହ ଉଦ୍ଧାର କରାଯାଇଛି। ୩ ମୃତକଙ୍କ ଦେହରେ କଟାଚିହ୍ନ ସାଙ୍ଗକୁ ନିକଟରେ ଧାରୁଆ ଅସ୍ତ୍ର ପଡ଼ିଥିବାରୁ ହତ୍ୟା ସନ୍ଦେହ କରାଯାଇଛି। ମୃତଦେହ ଜବତ ସହ ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚି ଛାନଭିନ୍ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.