ଖାଦ୍ୟ ଦେବାବେଳେ ଅଘଟଣ, ଚିଡିଆଖାନା କର୍ମଚାରୀଙ୍କ ଣ୍ଟି କଣା କରି ମାରିିଲା ସିଂହ

ବେଳେ ବେଳେ ଦକ୍ଷ ଓ କୁଶଳୀ ବ୍ୟକ୍ତି ବି ଭୂଲବଶତଃ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଏମିତି ଚିଡିଆଖାନାର ଜଣେ କୁଶଳୀ କର୍ମଚାରୀଙ୍କ ଜୀବନ ଯାଇଛି ସିଂହ ଆକ୍ରମଣରେ ।

ଟୋକିଓ : ବେଳେ ବେଳେ ଦକ୍ଷ ଓ କୁଶଳୀ ବ୍ୟକ୍ତି ବି ଭୂଲବଶତଃ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଏମିତି ଚିଡିଆଖାନାର ଜଣେ କୁଶଳୀ କର୍ମଚାରୀଙ୍କ ଜୀବନ ଯାଇଛି ସିଂହ ଆକ୍ରମଣରେ । ଚିଡିଆଖାନରେ ସବୁଦିନ ଭଳି ସେ ଖାଦ୍ୟ ଦେଉଥିବା ବେଲେ ସିିଂହ ଉକ୍ତ କର୍ମଚାରୀଙ୍କ ତଣ୍ଟି କଣା କରିଦେଇଥିଲା ।

ଫଳରେ କର୍ମଚାରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । କର୍ମଚାରୀ ଜଣକ ହେଉଛନ୍ତି ୫୫ ବର୍ଷ ବୟସ୍କ କେନିଚି କାଡୋ । ଜାପାନ ଫୁକୁସିମାର ତୋହକୁ ସଫାରି ପାର୍କରେ ସେ କାମ କରନ୍ତି । ଗୁରୁବାର ଦିନ କାଡୋ ସିଂହ ଖୁଆଡରେ ଖାଦ୍ୟ ଦେବା ବେଳେ ଅନ୍ୟ ଖୁଆଡର ଦ୍ୱାର ବନ୍ଦ କରିବା ଭୁଲି ଯାଇଥିଲେ ।

ଫଳରେ ସିଂହ ତାଙ୍କୁ ଆକ୍ରମଣ କରିଥିଲା । ସିଂହ ତାଙ୍କ ତଣ୍ଟି କାଟି କଣା କରିଦେଇଥିବା ବେଳେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିଡିଆଖାନା କର୍ତ୍ତୃପକ୍ଷ ନୋରିଚିକାଙ୍କ କହିବା ଅନୁଯାୟୀ, ଖୁଆଡରେ ଖାଦ୍ୟ ଦେବା ବେଳେ ଭିତର ଖୁଆଡର କବାଟକୁ ବନ୍ଦ କରିବା ପରେ ଖାଦ୍ୟ ଥୋଇ ଆସିବାକୁ ପଡିଥାଏ ।

ହେଲେ ସେ କବାଟର ଦ୍ୱାର ବନ୍ଦ କରିବା ଭୂଲି ଯାଇଥିଲେ । ଫଳରେ ସିଂହ ତାଙ୍କୁ ଆକ୍ରମଣ କରିଥିଲା । କାଡୋଙ୍କର ଚିଡିଆଖାନାରେ କାମ କରିବାର ଦୀର୍ଘ ୨୭ ବର୍ଷର ଅଭିଜ୍ଞତା ରହିଛି । ବାଘ, ସିଂହ ଭଳି ହିଂସ୍ର ଜନ୍ତୁଙ୍କୁ କିଭଳି ଖାଦ୍ୟ ଦିଆଯାଏ ସେ ଜାଣିଛନ୍ତି ବୋଲି ନୋରିଚିକା କହିଛନ୍ତି । ଏହି ଅଭାବନୀୟ ଘଟଣା ପାଇଁ ଚିଡିଆଖାନା କର୍ତ୍ତୃପକ୍ଷ କାଡୋଙ୍କ ପରିବାରକୁ କ୍ଷମା ମାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.