Below header

କନ୍ଧମାଳରେ ଚାଞ୍ଚଲ୍ୟ: ମା’କୁ ଜିଅନ୍ତା ଜାଳି ଦେଲା ନିଷ୍ଠୁର ପୁଅ

ଜନ୍ମ କଲା ମାଆକୁ ପୋଡି ଦେଲା ପୁଅ । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଖଜୁରୀ ସାହିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ୯୨ ବର୍ଷୀୟା ମଞ୍ଜୁଳା ମଣ୍ଡଳ ।

କନ୍ଧମାଳ (କେନ୍ୟୁଜ): ମାତୃ ହନ୍ତା । ଜନ୍ମ କଲା ମାଆକୁ ପୋଡି ଦେଲା ପୁଅ । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଖଜୁରୀ ସାହିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ୯୨ ବର୍ଷୀୟା ମଞ୍ଜୁଳା ମଣ୍ଡଳ । ଅଭିଯୁକ୍ତ ପୁଅ ସମୀର ନାୟକକୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ  ନିଜ ମାଆକୁ ସମୀର ପୋଡ଼ି ଦେଇଥିଲା । ଏନେଇ ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଫୁଲବାଣୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲା । ତେବେ ଅଭିଯୁକ୍ତ ନିଜ ବୃଦ୍ଧି ମାଆଙ୍କୁ କାହିଁକି ହତ୍ୟା କଲା ଅଧିକ ଖୋଳତାଡ କରୁଛି ଟିକାବାଲି ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.