ଦେଶରୁ ଆତଙ୍କବାଦ ହଟାଇବାକୁ ପାକିସ୍ତାନର ଶପଥ, ପାକିସ୍ତାନ ଆର୍ମୀ ମିଡିଆ ୱିଙ୍ଗ ପକ୍ଷରୁ ବିବୃତ୍ତି ଜାରି

ଲଙ୍କାରେ ହରି ନାମ । ଦେଶରୁ ଆତଙ୍କବାଦ ହଟାଇବାକୁ ପାକିସ୍ତାନର ଶପଥ । ଶୁକ୍ରବାର ୨ଟି ବିସ୍ଫୋରଣରେ ୬୦ ଜଣଙ୍କ ଜୀବନ ଯିବା ପରେ ଦେଶରୁ ଆତଙ୍କବାଦ ହଟାଇବାକୁ ଶପଥ ନେଇଛନ୍ତି ପାକିସ୍ତାନ ଆର୍ମୀ ମୁଖ୍ୟ ଜେନେରାଲ ସୟଦ ଅସିମ ମୁନିର।

ଲଙ୍କାରେ ହରି ନାମ । ଦେଶରୁ ଆତଙ୍କବାଦ ହଟାଇବାକୁ ପାକିସ୍ତାନର ଶପଥ । ଶୁକ୍ରବାର ୨ଟି ବିସ୍ଫୋରଣରେ ୬୦ ଜଣଙ୍କ ଜୀବନ ଯିବା ପରେ ଦେଶରୁ ଆତଙ୍କବାଦ ହଟାଇବାକୁ ଶପଥ ନେଇଛନ୍ତି ପାକିସ୍ତାନ ଆର୍ମୀ ମୁଖ୍ୟ ଜେନେରାଲ ସୟଦ ଅସିମ ମୁନିର।

ଶୁକ୍ରବାର ପାକିସ୍ତାନରେ ଦୁଇଟି ବସ୍ଫୋରଣ ହୋଇଥିଲା। ଗୋଟିଏ ବାଲୁଚିସ୍ତାନରେ ଓ ଆଉ ଗୋଟିଏ ବିସ୍ଫୋରଣ ଖାଇବର ଅଞ୍ଚଳରେ। ଉଭୟ ବିସ୍ଫୋରଣରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଶନିବାର ଆତଙ୍କବାଦୀ ଆକ୍ରମଣ ସ୍ଥଳ କ୍ବେଟା ଯାଇଥିଲେ ପାକିସ୍ତାନର ଚିଫ ଅଫ ଆର୍ମୀ ଷ୍ଟାଫ ।

ଶନିବାର ରାତିରେ ପାକିସ୍ତାନ ଆର୍ମୀର ମିଡିଆ ୱିଙ୍ଗ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇଥିଲା। ମୁନିର କହିଥିଲେ ସରକାରୀ ପୃଷ୍ଠପୋଷକତାରେ ଏଭଳି ଆକ୍ରମଣ କରୁଥିବା ଆତଙ୍କବାଦୀଙ୍କର ଇସଲାମ ସହ କୌଣସି ସଂପର୍କ ନାହିଁ ।

ଆତଙ୍କବାଦୀ ଓ ଏମାନଙ୍କୁ ସମର୍ଥନ ଦେଉଥିବା ଲୋକେ ପାକିସ୍ତାନ ଓ ପାକିସ୍ତାନ ନାଗରିକଙ୍କ ଶତ୍ରୁ ବୋଲି ମୁନିର କହିଛନ୍ତି। ସେନା ଅପରେସନ ଦ୍ବାରା ଆତଙ୍କବାଦର ଭୟକୁ ପାକିସ୍ତାନରୁ ହଟାଯିବ ବୋଲି ପାକ ଆର୍ମୀ ଚିଫ କହିଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଅର୍ଥାତ ଗତ ୯ ମାସ ଭିତରେ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ୩୮୬ ଜଣ ପ୍ରାଣ ହରାଇଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.