Below header

୫୭ ବର୍ଷ ପରେ ପୁଣି ହେବ କି ଲାଲ ବହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ? ମୋଦିଙ୍କ ନିକଟରେ ABKM ର ଦାବି

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କର ବିଦେଶରେ ମୃତ୍ୟୁ ହୋଇଥିବା ବେଳେ ଏହାର ରହସ୍ୟ ଆଜି ବି ରହସ୍ୟ ହୋଇ ରହିଯାଇଛି । ଇତି ମଧ୍ୟରେ ଦୀର୍ଘ ୫୭ ବର୍ଷ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇ ପାରିନାହିଁ ।

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କର ବିଦେଶରେ ମୃତ୍ୟୁ ହୋଇଥିବା ବେଳେ ଏହାର ରହସ୍ୟ ଆଜି ବି ରହସ୍ୟ ହୋଇ ରହିଯାଇଛି । ଇତି ମଧ୍ୟରେ ଦୀର୍ଘ ୫୭ ବର୍ଷ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇ ପାରିନାହିଁ ।

ଏବେ ପୁଣି ଥରେ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀଙ୍କର ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରେ ଦାବି କରାଯାଇଛି । ଏହି ଦାବି କରିଛନ୍ତି ଉତ୍ତର ପ୍ରଦେଶ ବସ୍ତି ଅଖିଳ ଭାରତୀୟ କାୟସ୍ତ ମହାସଭା (ABKM)ର ପ୍ରଦେଶ ସଚିବ ଡାକ୍ତର ମନୋଜ ଶ୍ରୀବାସ୍ତବ ।

ଡାକ୍ତର ଶ୍ରୀବାସ୍ତବ କହିଛନ୍ତି ଯେ ଯେଉଁ ଦଳ ପୂର୍ବ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବ, ଆମ୍ଭେ ତାଙ୍କ ସହ ରହିବୁ । ନଚେତ କୌଣସି ନେତାଙ୍କ କଥାରେ ଯିବୁ ନାହୁଁ ବୋଲି ଶ୍ରୀବାସ୍ତବ କହିଛନ୍ତି । ପ୍ରକାଶଯୋଗ୍ୟ, ଦେଶରେ ପ୍ରାୟ ୨୨ କୋଟି କାୟସ୍ତ ସମାଜର ଲୋକେ ରହୁଛନ୍ତି । ଏତେବଡ଼ ସଂଖ୍ୟାରେ ଲୋକେ ଯେଉଁ ଦଳ ସହ ଠିଆହେବେ ସେ ବିଜୟ ହେବା ସ୍ୱାଭାବିକ ବୋଲି ମତ ପ୍ରକାଶ ପାଇଛି ।

ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁଙ୍କ ଦେହାନ୍ତ ପରେ ୯ ଜୁନ ୧୯୬୪ ରେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ଶାସ୍ତ୍ରୀଜୀ । ହେଲେ ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ଭାରତ ବାହାରେ ତାସକେଣ୍ଟ ଠାରେ ଶାସ୍ତ୍ରୀଜୀଙ୍କର ଦେହାନ୍ତ ହୋଇଥିଲା । କେଉଁ କାରଣ ପାଇଁ ଶାସ୍ତ୍ରୀଜୀଙ୍କ ଦେହାନ୍ତ ହେଲା ତା’ର ଯାଞ୍ଚ ଆଜି ଯାଏ କରାଯାଇ ନାହିଁ । ଯାହା କି ଏବେ ବି ରହସ୍ୟ ହୋଇ ରହିଛି ।

ସେତେବେଳେ ଶାସ୍ତ୍ରୀଜୀଙ୍କ ଦେହାନ୍ତ ହୃଦଘାତ ଯୋଗୁ ହୋଇଥିବା କୁହାଯାଇଥିଲା । ହେଲେ ଯେତେବେଳେ ଭାତରେ ମୃତଦେହ ପହଞ୍ଚିିଲା, ତାଙ୍କ ଶରୀର ଅପ୍ରାକୃତି ରୁପେ ନୀଳ ପଡିଥିବା ଏବଂ ବେକ ଓ ପେଟରେ କଟା ଦାଗ ଥିବା କେହି ପ୍ରତ୍ୟେକ୍ଷଦର୍ଶୀ କହିଥିବା ଶୁଣାଯାଇଥିଲା ।

ହେଲେ ରାଜନାରାୟଣ ଯାଞ୍ଚ ସମିତି କୌଣସି ଉପଯୁକ୍ତ ନିଷ୍ପତ୍ତିରେ ପହଞ୍ଚି ନଥିଲେ କିମ୍ବା ଏହାର ବିସ୍ତତ ରିପୋର୍ଟ ସାର୍ବଜନୀନ ହୋଇନଥିଲା । ସଂସଦୀୟ ଲାଇବ୍ରେରୀରେ ମଧ୍ୟ ଏହାର କୌଣସି ରେକର୍ଡ ବି ନାହିଁ । ଏବେ ୫୭ ବର୍ଷ ପରେ ପୁଣି ଥରେ ଅଖିଳ ଭାରତୀୟ କାୟସ୍ତ ମହାସଭା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନ୍ତିମ ଚେତାବନୀ ଦେଇଛନ୍ତି କି ଶାସ୍ତ୍ରୀଜୀଙ୍କ ମୃତ୍ୟୁ ରହସ୍ୟର ସାର୍ବଜନୀନ କରାଯାଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.