Below header

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୩ ହଜାର ୫ ଶହ କୋଟି ଟଙ୍କାର ପ୍ରକଳ୍ପ କଲେ ଉଦଘାଟନ

ଆଜି ତେଲେଙ୍ଗାନାରେ ୧୩ ହଜାର ୫ ଶହ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସଡକ, ସଂଯୋଗୀକରଣ, ଶକ୍ତି, ରେଳବାଇ ଆଦି ପ୍ରକଳ୍ପ ସାମିଲ ରହିଛି।

ଆଜି ତେଲେଙ୍ଗାନାରେ ୧୩ ହଜାର ୫ ଶହ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସଡକ, ସଂଯୋଗୀକରଣ, ଶକ୍ତି, ରେଳବାଇ ଆଦି ପ୍ରକଳ୍ପ ସାମିଲ ରହିଛି।

ଏହାସହିତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ୯ ଶହ କୋଟି ଟଙ୍କା ବିନିଯୋଗରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଓ ହଳଦୀ ଚାଷୀଙ୍କ ପାଇଁ ନ୍ୟାସନାଲ ଟର୍ମରିକ ବୋର୍ଡ ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ-ରାୟଚୁର- ହାଇଦ୍ରାବାଦ ଟ୍ରେନ ସେବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ଗତ କାଲି ତେଲେଙ୍ଗାନା ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ, ବିଆରଏସ ବା ଭାରତ ରାଷ୍ଟ୍ର ସମିତିର ଦୁର୍ବଳ ଶାସନରେ ତେଲେଙ୍ଗାନାବାସୀ ଅତିଷ୍ଠ ହୋଇ ପଡିଲେଣି।

ସେହିପରି କଂଗ୍ରେସ ଲୋକଙ୍କ ବିଶ୍ୱସନୀୟତା ହରାଇ ସାରିଲାଣି। ଉଭୟ ଦଳ ବଂଶବାଦ ରାଜନୀତି କରୁଛନ୍ତି। ଜନ ସେବା ସେମାନଙ୍କ ଲକ୍ଷ୍ୟ ନୁହେଁ। ଚଳିତ ବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.