Below header

କରୋନା କାଳରେ ନିର୍ବାଚନୀ ସଭାରେ ଭିଡ଼ ବଢ଼ାଇବା ପାଇଁ ମିଳିଗଲା ଅନୁମତି ! ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ

କରୋନା କାଳରେ ହେଉଥିବା ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ନୂଆ ଗାଇଡଲାଇନ ଜାରି କରିଛି। ଏହି ଗାଇଡଲାଇନ ମୁତାବକ, ନିର୍ବାଚନୀ ସଭାରେ ଅଧିକତମ ୧୦୦ଜଣ ଲୋକଙ୍କୁ ନେଇ ରହିଥିବା କଟକଣା ଏବେ ଉଠାଇ ନିଆଯାଇଛି।

କେନ୍ଦ୍ରୀୟ ଗାଇଡଲାଇନ ଅନୁସାରେ, ଖୋଲା ପଡ଼ିଆରେ ନିର୍ବାଚନୀ ରାଲିରେ ଲୋକମାନେ ସାମିଲ ହେବା ଉପରେ କୌଣସି ରୋକ ଲଗାଯିବନାହିଁ। ବନ୍ଦ ସ୍ଥାନଗୁଡିକରେ ହଲର କ୍ଷମତା ଅନୁଯାୟୀ ୫୦ ପ୍ରତିଶତ ଲୋକ ସାମିଲ ହୋଇପାରିବେ। କିନ୍ତୁ ଏ ସମସ୍ତ ରାଜନୈତିକ ଆୟୋଜନରେ ମାସ୍କ, ସାନିଟାଇଜର ଏବଂ ସୋସିଆଲ ଡିଷ୍ଟାନସିଂର ଗାଇଡଲାଇନ ପାଳନ କରିବା ଅନିବାର୍ଯ୍ୟ ରହିଛି।

କେନ୍ଦ୍ର ସରକାରଙ୍କର ଏହି ଗାଇଡଲାଇନ ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଭାରତ ସରକାରଙ୍କ ତରଫରୁ କରୋନା ଗାଇଡଲାଇନରେ ପରିବର୍ତ୍ତନ ପରେ ଏବେ ରାଜ୍ୟରେ ଯେଉଁ ବି ନିର୍ବାଚନୀ ସଭା ହେବ, ସେଥିରେ ୧୦୦ ଲୋକଙ୍କ ସୀମିତ ସଂଖ୍ୟାକୁ ସମାପ୍ତ କରି ଦିଆଯାଇଛି। କିନ୍ତୁ ସମସ୍ତ ସୁରକ୍ଷିତ ଉପାୟ ପୂର୍ବଭଳି ଜାରି ରହିବ। ସୂଚନାଥାଉ କି, ଅନଲକ-୫ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ୧୫ ଅକ୍ଟୋବର ପରେ ସମସ୍ତ ପ୍ରକାର ଆୟୋଜନରେ କିଛି ପ୍ରତିବନ୍ଧକକୁ ଛାଡ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.