ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୬ ଗ୍ୟାରେଣ୍ଟି : ସୋନିଆ ଗାନ୍ଧୀ

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୬ ଗ୍ୟାରେଣ୍ଟି। ସିଡବ୍ଲୁସି ବୈଠକ ପରେ ହାଇଦ୍ରାବାଦରେ ଏକ ସାଧାରଣ ସଭାରେ ଘୋଷଣା କରିଛନ୍ତି ସୋନିଆ ଗାନ୍ଧୀ। ମହାଲକ୍ଷ୍ମୀ ଯୋଜନାରେ ତେଲେଙ୍ଗାନା ମହିଳାଙ୍କୁ ମାସିକ ୨ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୬ ଗ୍ୟାରେଣ୍ଟି। ସିଡବ୍ଲୁସି ବୈଠକ ପରେ ହାଇଦ୍ରାବାଦରେ ଏକ ସାଧାରଣ ସଭାରେ ଘୋଷଣା କରିଛନ୍ତି ସୋନିଆ ଗାନ୍ଧୀ। ମହାଲକ୍ଷ୍ମୀ ଯୋଜନାରେ ତେଲେଙ୍ଗାନା ମହିଳାଙ୍କୁ ମାସିକ ୨ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ। ପୂରା ରାଜ୍ୟରେ TSRC ବସରେ ମାଗଣା ଯାତ୍ରା। ଏଭଳି ୬ ଗ୍ୟାରେଣ୍ଟି ଶୁଣାଇଛନ୍ତି ସୋନିଆ ଗାନ୍ଧି।

ଦଳ କ୍ଷମତାକୁ ଆସିଲେ ସମସ୍ତ ଗ୍ୟାରେଣ୍ଟି ପୂରଣ କରାଯିବ ବୋଲି ସୋନିଆ ପ୍ରତିଶ୍ରୁତି ଦେଇଛନ୍ତି। ତେଲେଙ୍ଗାନାରେ କର୍ଣ୍ଣାଟକ ଫର୍ମୁଲା ପକାଇବ କଂଗ୍ରେସ। ଚଳିତ ବର୍ଷ ରହିଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ। ତେଲେଙ୍ଗାନା ସମେତ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜୟ ପାଇଁ ହାଇଦ୍ରାବାଦ ସିଡବ୍ଲୁସି ବୈଠକରେ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ।

ସିଡବ୍ଲୁସି ବୈଠକ ପରେ ରଙ୍ଗାରେଡିରେ ଏକ ବିଶାଳ ରାଲିରେ ବିଜେପି ଓ କେସିଆରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି। କେସିଆରଙ୍କ ବିଆରଏସ ପାର୍ଟିକୁ ବିଜେପି ରିସ୍ତେଦାର ସମିତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି ଯେକୌଣିସି ବିରୋଧୀ ନେତାଙ୍କ ବିରୋଧରେ କିଛି ମାମଲା ରହିଛି। ଇଡି. ସିବିଆଇ ଓ ଇନକମ ଟ୍ୟାକ୍ସ ବିଭାଗ ସବୁ ବିରୋଧୀ ଦଳ ନେତାଙ୍କ ପଛରେ ପଡ଼ିଛନ୍ତି।

କିନ୍ତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ AIMIM ନେତାଙ୍କ ବିରୋଧରେ କୌଣସି ମାମଲା ନାହିଁ। ପ୍ରଧାନମନ୍ତ୍ରୀ କେବେ ନିଜ ଲୋକଙ୍କୁ ଆକ୍ରମଣ କରନ୍ତି ନାହିଁ। କେସିଆର ଓ AIMIM ପାର୍ଟି ମୋଦିଙ୍କ ନିଜର । ତେଣୁ ସେମାନଙ୍କ ବିରୋଧରେ କିଛି ମାମଲା ନାହିଁ । କେସିଆର ଦୁର୍ନୀତିର ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି ବୋଲି ରାହୁଲ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.