Below header

ସିଦ୍ଧୁ ଉବାଚ: ବିଜେପିର ନୂଆ ନାଁ ଜିଟିୟୁ ମାନେ ‘ଗିରେ ତୋ ଭି ଟାଙ୍ଗ୍ ଉପର୍’

ଦିଲ୍ଲୀ(କେନ୍ୟୁଜ୍) : ବିଜେପିକୁ ତୀବ୍ର ସମାଲୋଚନା କଲେ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ଆଜି ଦେଶର ପାଞ୍ଚ ରାଜ୍ୟ ଯଥା ରାଜସ୍ଥାନ,ଛତିଶଗଡ,ତେଲେଙ୍ଗାନା,ମଧ୍ୟପ୍ରଦେଶ ଏବଂ ମିଜୋରାମରେ ନିର୍ବାଚନ ପରିଣାମ ଆସିବାକୁ ଲାଗିଛି । ନିର୍ବାଚନରେ କଂଗ୍ରେସର ସ୍ଥିତି ଦେଖି ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ନିଜ ମତ ରଖିଛନ୍ତି ଏବଂ ବିଜେପିର ନୂଆ ନାଁ ମଧ୍ୟ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତି ପକାଇଥିବାବେଳେ, ହାତ ଭାରତର ଭାଗ୍ୟକୁ ନିଜ ହାତରେ ନେବାକୁ ଯାଉଛି ଏବଂ ସେହି ହାତ ବଡ ଶକ୍ତ ଏବଂ କଠିନ ପରିଶ୍ରମୀ ବୋଲି ସେ କହିଛନ୍ତି । ଅନ୍ୟପଟେ ସେ ବିଜେପିକୁ ଇଙ୍ଗିତ କରି ସେ କହିଛନ୍ତି ବିଜେପିର ନୂଆ ନାଁ ହେଉଛି,ଜିଟିୟୁ । ଯାହାର ଅର୍ଥ ଗିରେ ତୋ ଭି ଟାଙ୍ଗ୍ ଉପର୍ । ପ୍ରଥମଥର ପାଇଁ ଏଭଳି ହୋଇଛି ଯେଉଁଠି ବିଜେପି ଉପରେ କଂଗ୍ରେସ ବେଶ୍ ଭାରୀ ପଡିଛି । ଏହା ବିଜେପି ପାଇଁ ବଡ ଝଟକାର । ଯାହାକୁ ନେଇ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.