ଦୁଇ ଅଟୋ ସଂଘ ଭିତରେ ବିବାଦ ନେଉଛି ଉଗ୍ର ରୂପ

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ କେନ୍ଦ୍ରାପଡ ଜିଲ୍ଲା ରାଜକନିକା ଅଟୋ ସଂଘ ଭିତରେ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଦୀର୍ଘଦିନ ହେବ ଏହି ୨ଟି ଅଟୋ ସଂଘ ମଧ୍ୟରେ ବିବାଦର ସମାଧାନ ହୋଇପାରୁନଥିବାବେଳେ ଏହାର ତୁରନ୍ତ ସମାଧାନ ପାଇଁ ଆଜି ଚାନ୍ଦବାଲି ଅଟୋ ସଂଘ ପକ୍ଷରୁ ଚାନ୍ଦବାଲି-ଜଗତପୁର ମୁଖ୍ୟ ରାସ୍ତର ଚାନ୍ଦବାଲି ହନୁମାନ ଛକ ନିକଟରେ ଟାୟାର ଜାଳି ରାସ୍ତାରୋକ କରାଯାଇଛି ।

photo_2018-12-11_12-51-55ଫଳରେ ଶହ ଶହ ଯାନବାହାନ ଅଟକି ରହିଥିବାର ଦେଖିବାକୁ ମିଳିଛି । ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ତେବେ ଆଗାମୀ ଦିନରେ ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚାନ୍ଦବାଲି ଅଟୋ ସଂଘ ଚେତାବନୀ ଦେଇଛି । ଆନ୍ଦୋଳନକୁ ଆଖିରେ ରଖି ଘଟଣାସ୍ଥଳରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.