ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ, ୨୦ଫୁଟ ତଳକୁ ଖସିପଡିଲା ଉଭୟ ଗାଡି

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ ।  ଦୁର୍ଘଟଣା ପରେ ଉଭୟ ଟ୍ରକ ଓ ବସ୍ ରାସ୍ତାରୁ ୨୦ଫୁଟ ତଳକୁ ଏକ ବିଲରେ ଖସିପଡିଛନ୍ତି । ଏହି ଦୁର୍ଘଟଣାରେ ଟ୍ରକର ଡ୍ରାଇଭର ଆହତ ହୋଇଥିବା ବେଳ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତି ୧ଟା ସମୟରେ ମା ନାମକ ଯାତ୍ରୀବାହୀ କେନ୍ଦୁଝର ଅଭିମୁଖେ ଯାଉଥିଲା  ।  ପିପିଳିଆ ନିକଟରେ ବସଟି ଠିଆ ହୋଇଥିବା ବେଳେ ଏକ ଟ୍ରକ ଆସି ବସକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ଡ୍ରାଇଭର ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି ।

 

 

Leave A Reply

Your email address will not be published.