Below header

ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ , ଡିଏମକେ ସହ ମେଣ୍ଟ ଗଠନ କଲା କଂଗ୍ରେସ

ତାମିଲନାଡୁ(କେନ୍ୟୁଜ୍) : ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ। ଏଆଇଏଡିଏମକେ ସହ ବିଜେପିର ମେଣ୍ଟ ପରେ ଡିଏମକେ ସହ ମେଣ୍ଟ ଗଠନ କରିଛି କଂଗ୍ରେସ। ଏନେଇ ଦୁଇ ଦଳ ମଧ୍ୟରେ ଚୂଡ଼ାନ୍ତ ଆସନ ବୁଝାମଣା ନେଇ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଘୋଷଣା କରିଛନ୍ତି। ତାମିଲନାଡୁର ୩୯ଟି ଲୋକସଭା ନିର୍ବାଚନ ମଣ୍ଡଳୀରୁ ୯ଟିରେ ଓ ପୁଡୁଚେରୀରେ କଂଗ୍ରେସ ନିର୍ବାଚନ ଲଢିବ ବୋଲି ସ୍ଥିର ହୋଇଛି।

rahulstalinଏହି ଘୋଷଣା ବେଳେ କଂଗ୍ରେସ ସାଧାରଣ ସଂପାଦକ ତଥା ତାମିଲନାଡୁ ପ୍ରଭାରୀ ମୁକୁଲ ଭାସନିକ, ତାମିଲନାଡୁ କଂଗ୍ରେସ ସଭାପତି, କେଏସ ଆଲାଗିରି ଉପସ୍ଥିତ ଥିଲେ। ଏହି ମେଣ୍ଟରେ ଭିସିକେ ଓ ଏମଡିଏମକେ ମଧ୍ୟ ସାମିଲ ହେବାର ସମ୍ଭାବନା ଥିବାରୁ କଥାବାର୍ତ୍ତା ପରେ ଡିଏମକେର ଆସନ ସଂଖ୍ୟା ସ୍ଥିର ହେବ। ତେବେ ଡିଏମକେ ୨୫ରୁ ୨୮ଟି ଆସନରେ ଲଢିପାରେ ବୋଲି କୁହାଯାଇଛି। ପୂର୍ବରୁ ଏଆଇଏଡିଏମ୍‌କେ ବିଜେପି ଓ ପିଏମକେ ସହ ମେଣ୍ଟ ଗଠନ କରି ଯଥାକ୍ରମେ ୫ଟି ଓ ୭ଟି ଆସନ ପ୍ରଦାନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.