Below header

ଦେଶରେ ଆତଙ୍କୀ ଆକ୍ରମଣ ପାଇଁ ଯୋଜନା! ଗୁଇନ୍ଦା ବିଭାଗକୁ ମିଳିଲା ଇନପୁଟ୍, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଳୀ: ଗୁଇନ୍ଦା ବିଭାଗକୁ ଦେଶରେ ଧାର୍ମିକ ସ୍ଥଳ ଏବଂ ଗହଳିପୂର୍ଣ୍ଣସ୍ଥାନମାନଙ୍କରେ ଆତଙ୍କୀ ହମଲା ପାଇଁ ଇନପୁଟ ମିଳିଛି । ଏହାପରେ ଗୃହମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ସମେତ ସବୁ ରାଜ୍ୟର ପୋଲିସ୍ ପ୍ରମୁଖଙ୍କୁ ସତର୍କ ରହିବାକୁ ଚିଠି ଲେଖାଯାଇଛି । ସୁରକ୍ଷାକୁ ନଜରରେ ରଖି ଦିଲ୍ଳୀରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଭାରତ ସରକାରଙ୍କ ଜଏଣ୍ଟ ସେକ୍ରେଟାରୀ ଏସସିଏଲ ଦାସ ରାଜ୍ୟର ପୋଲିସ୍ ପ୍ରମୁଖଙ୍କୁ ଏହି ପତ୍ର ଲେଖିଛନ୍ତି । ଏଥିରେ କୁହାଯାଇଛି କି ଶ୍ରୀଲଙ୍କାରେ ହୋଇଥିବା ବମ୍ ଧମାକା ଏବଂ ଆମେରିକାର ଧାର୍ମିକ ସ୍ଥାନରେ ହୋଇଥିବା ଫାୟାରିଙ୍ଗ ପରେ ଭାରତରେ ଆତଙ୍କୀ ଆକ୍ରମଣ ପାଇଁ ଯୋଜନା ହେଉଥିବା ଜଣାପଡିଛି । ଖାସକରି ଧାର୍ମିକସ୍ଥାନ ଏବଂ ଭିଡ ଜାଗାରେ ହେବା ପାଇଁ ଇନପୁଟ୍ ମିଳିଛି । ଏଥିପାଇଁ ସୁରକ୍ଷାକୁ କଡାକଡି କରାଯିବା ଜରୁରୀ ହୋଇପଡିଛି । ଚିଠିରେ କୁହାଯାଇଛି କି ଇଣ୍ଟେଲିଜେନ୍ସି ଏଜେନ୍ସି ଏବଂ ଅପରେସନ୍ ୟୁନିଟ୍ ମିଶି କାମ କରିବାର ଆବଶ୍ୟକତା ରହିଛି ।

ଗୃହମନ୍ତ୍ରାଳୟରୁ ଦିଲ୍ଲୀ ପୋଲିସ୍ ସଚିବ ଅମୂଲ୍ୟ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଚିଠି ପଠାଯାଇଛି । ଆତଙ୍କୀ ଆକ୍ରମଣର ଇନପୁଟ ମିଳିବାପରେ ପୁରା ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ରାଜଧାନୀରେ ସ୍ଥାନେ ସ୍ଥାନେ ବ୍ୟାରିକେଡ ଲଗାଇ ଚେକିଙ୍ଗ୍ କରାଯାଉଛି । ଭିଡ ସ୍ଥାନରେ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବରିଷ୍ଠ ପୋଲିସ୍ ଅଧିକାରୀ ଏବଂ ଥାନାଅଧ୍ୟକ୍ଷ ମାନଙ୍କୁ ଘଟଣାସ୍ଥଳକୁ ଯାଇ ବୁଲିବାକୁ କୁହାଯାଇଛି । ରାଜଧାନୀରେ ୧୨ ମଇ କୁ ଲୋକସଭା ନିର୍ବାଚନ ମଧ୍ୟ ଅଛି । ଏପରି ସ୍ଥିତିରେ ଦିଲ୍ଲୀ ପୋଲିସ୍ ବହୁତ ସତର୍କତା ଗ୍ରହଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.