ସମ୍ଭାବ୍ୟ ବାତ୍ୟା ଫନି ମୁକାବିଲା ପାଇଁ ଯାଜପୁର ସର୍କିଟ ହାଉସଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ସମୀକ୍ଷା ବୈଠକ

ଯାଜପୁର(କେନ୍ୟୁଜ୍): ସମ୍ଭାବ୍ୟ ବାତ୍ୟା ଫନି ମୁକାବିଲା ପାଇଁ ଯାଜପୁରରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନୀଲ କୁମାର ସାମଲ । ଗତକାଲି ସନ୍ଧ୍ୟାରେ ପହଂଚିବା ପରେ ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ବୈଠକରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ଏହାସହ ସମସ୍ତ ବ୍ଲକରେ କଣ୍ଟ୍ରୋଲ ରୁମ୍‌ ଖୋଲିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବାତ୍ୟା ମୁକାବିଲା ପାଇଁ ୨ଟି NDRF ଟିମ୍‌ ଓ ଗୋଟିଏ ଓଡ୍ରାଫ୍‌ ଟିମ୍‌ ସହ ଅଗ୍ନିଶମ ବିଭାଗ ମିଳିତ ଭାବେ ଉଦ୍ଧାର କାର‌୍ୟ୍ୟ ପରିଚାଳନ କରିବେ ବୋଲି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.