କରୋନା ଯୋଦ୍ଧା ରୋଗୀଙ୍କ ସାମ୍ନାରେ ‘ଚିଟିୟାଁ କଲାଇୟାଁ’ ଗୀତରେ କଲେ ଧମାକାଦାର ଡ୍ୟାନ୍ସ, ଜବରଦସ୍ତ ଭାଇରଲ ହେଉଛି ଏହି Video

କରୋନା ମହାମାରୀର ଗମ୍ଭୀର ପରିସ୍ଥିତିରେ ମଧ୍ୟ ନିଜ ଯନ୍ତ୍ରଣାକୁ ଭୁଲି ଦିନରାତି ରୋଗୀଙ୍କ ସେବା କରୁଛନ୍ତି କରୋନା ଯୋଦ୍ଧା। ଏହାସହିତ ସେମାନେ ତାଙ୍କ ମନୋରଞ୍ଜନ ଉପରେ ପୂରା ଧ୍ୟାନ ରଖୁଛନ୍ତି। ଏମିତି ହିଁ ଏକ ଭିଡ଼ିଓ ଏବେ ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି, ଯେଉଁଠି କରୋନା ଯୋଦ୍ଧା ରୋଗୀଙ୍କ ସାମ୍ନାରେ ‘ଚିଟିୟାଁ କଲାଇୟାଁ’ ଗୀତରେ ଧମାକାଦାର ଡ୍ୟାନ୍ସ କରୁଛନ୍ତି।

ଏହି ଭିଡ଼ିଓ ଆସାମର ତେଜପୁର ମେଡିକାଲ କଲେଜର। ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଏହି ଭିଡ଼ିଓକୁ ଟୁଇଟ କରିଛନ୍ତି। ରୋଗୀମାନଙ୍କ ମନୋରଞ୍ଜନ କରିବା ଏବଂ ସେମାନଙ୍କ ଷ୍ଟ୍ରେସ କମ କରିବା ପାଇଁ ହସ୍ପିଟାଲର ୩ଜଣ ଡାକ୍ତର ଏପରି ଡ୍ୟାନ୍ସ କରିଛନ୍ତି। କୋଭିଡ ୱାର୍ଡକୁ ଯାଇ ଡାକ୍ତର ଡିମ୍ପି, ନିତାଶ୍ରୀ ଓ ଅନନ୍ୟା ଏହି ପରଫର୍ମାନ୍ସ ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରଲ ହେବା କ୍ଷଣି ସେମାନଙ୍କୁ ବିଭିନ୍ନ ଆଡ଼ୁ ପ୍ରଶଂସା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.