Below header

ଆମେରିକୀୟ ଗବେଷକଙ୍କ ଦାବି : ଦୁଇ ବର୍ଷ ପୂର୍ବରୁ ଛାଡ଼ି ଯିବାର ନାଁ ଧରିବନି କରୋନା, କାରଣ ରହିଛି ଏମିତି

ନୂଆଦିଲ୍ଲୀ : ଆମେରିକାର ଗବେଷକମାନେ ଦାବି କରିଛନ୍ତି ଯେ କରୋନା ଭାଇରସ୍‌ ଦୁନିଆରୁ ଏତେ ଶୀଘ୍ର ଛାଡ଼ି ଯିବନି । ଏହା ବିଶ୍ୱରେ ଆହୁରି ୧୮ରୁ ୨୪ ମାସ ଯାଏ ରହିବ ବୋଲି ଆମେରିକାର ଗବେଷକମାନେ ପ୍ରକାଶ କରିଛନ୍ତି ।

ମଝିରେ ମଝିରେ କରୋନା ପୁଣି ମୁଣ୍ଡ ଟେକିବାର ସମ୍ଭାବନା ଥିବାରୁୁ ବିଶ୍ୱର ସବୁ ଦେଶର ସରକାର ଏଥିପାଇଁ ପ୍ରସ୍ତୁତ ରହିବାକୁ ଏହି ଗବେଷକମାନେ ସତର୍କ କରାଇ ଦେଇଛନ୍ତି ।

c virus-2

ଆମେରିକା ମିନେସୋଟା ୟୁନିଭରସିଟିର ‘ସେଣ୍ଟର ଫର୍‌ ଇନ୍‌ଫେକ୍‌ସନ୍‌ ଡିଜିଜି ରିସର୍ଚ୍ଚ ଆଣ୍ଡ୍‌ ପଲିସି ’ ତରଫରୁ ବିଗତ ଦିନର ଇନ୍‌ଫ୍ଳୁଏଞ୍ଜା ପାର୍ଟନ ଉପରେ କରାଯାଇଥିବା ଗବେଷଣାରୁ ଏହି ତଥ୍ୟ ପ୍ରକାଶ ପାଇଛି ।

ଗବେଷଣା କରୁଥିବା ବୈଜ୍ଞାନିକମାନେ ହେଲେ ଡା. କ୍ରିଷ୍ଟନ୍‌ ଏ ମୁର୍‌, ଡା. ମାର୍କ ଲିପ୍ସିଚ, ଜନ୍‌ ଏମ୍‌ ବେରୀ ଓ ମାଇକେଲ୍‌ ଟି ଓଷ୍ଟରହୋମ୍‌ । ୧୭୦୦ ମସିହା ପରେ ଆଜିଯାଏ ବିଶ୍ୱରେ ୮ ପ୍ରକାର ଇନ୍‌ଫ୍ଲୁଏଞ୍ଜା ମହାମାରୀ ଦେଖିବାକୁ ମିଳିଛି ।

c virus-3

ଏଥିମଧ୍ୟରୁ ୪ ପ୍ରକାର ଇନ୍‌ଫ୍ଲୁଏଞ୍ଜା କେବଳ ୧୯୦୦ ମସିହା ପରେ ଦେଖାଯାଇଛି । ସେଥିମଧ୍ୟରୁ ସାର୍‌ସ ଏବଂ ମର୍ସ ଭାଇରସ୍‌ର ଲକ୍ଷଣ ସାର୍ସ କଭ୍‌-୨ ଲକ୍ଷଣ ଠୁ ଅଲଗା ।

ତେବେ ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ ଓ କୋଭିଡ଼୍‍-୧୯ ଭାଇରସ୍‌ ମଧ୍ୟରେ ପାର୍ଥକ୍ୟ ଥିଲେ ମଧ୍ୟ ବହୁତ ସମାନତା ରହିଛି ବୋଲି ବୈଜ୍ଞାନିକମାନେ ସ୍ୱୀକାର କରିଛନ୍ତି । ଦୁଇଟି ଯାକ ଭୁତାଣୁ ଶ୍ୱାସ ନଳୀରେ ସଂକ୍ରମଣ କରିବା ସହ ଦ୍ରୁତ ଗତିରେ ସଂକ୍ରମଣ ହୋଇଥାଏ ।

c virus-4

ପୂର୍ବ ମହାମାରୀ ଆଧାରରେ ଗବେଷକମାନେ କରୋନା ଭାଇରସ୍‌ ପାଇଁ ଏହି ସମ୍ଭାବନା ଅନୁମାନ କରିଛନ୍ତି । ନୋବେଲ କରୋନା ଭାଇରସ୍‌ର ସଂକ୍ରମଣ ସମୟ ଅନ୍ୟ ମହାମାରୀ ଠାରୁ ଅଧିକ ।

ଏହି କାରଣରୁ ଥଣ୍ଡା କିମ୍ବା ଗରମ ପରିବେଶରେ ଏହି ଭାଇରସ୍‌ର କୈାଣସି ଫରକ ପଡ଼େନି । ତେଣୁ ପୁଣି ଥଣ୍ଡା ଦିନେ ମଧ୍ୟ ଏହାର ପ୍ରଭାବ ପୁଣି ଅନୂଭୁତ ହୋଇପାରେ । ସେହି ଦୃଷ୍ଟିରୁ ଆଗାମୀ ଦୁଇବର୍ଷ ଯାଏ ଏହା ସମ୍ପୂର୍ଣ୍ଣ ବିଶ୍ୱରୁ ଛାଡ଼ି ଯିବ ନାହିଁ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.