ସାମାଜିକ ଦୂରତା ଉଲ୍ଲଂଘନକୁ ରୋକି ପାରିବ ଏହି ଡିଭାଇସ, ଜାଣନ୍ତୁ ଓଡିଶା ଇଞ୍ଜିନିୟରଙ୍କ ଏହି ଆବିଷ୍କାର ବିଷୟରେ

କରୋନାରୁ ମୁକ୍ତି ପାଇଁ ଏପର୍ଯ୍ୟନ୍ତ କୋୖଣସି ନିର୍ଦିଷ୍ଟ ଔଷଧ ବାହାରି ନାହିଁ।ଏଭଳି ସ୍ଥିତିରେ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ସହିତ ସାନିଟାଇଜେସନ ହିଁ ଏକ ମାତ୍ର ଉପାୟ ରହିଛି। ଏଦିଗରେ ଇଂଜିନିୟର ଅଭିଷେକ ସ୍ବାଇଁଙ୍କ ଡିଭାଇସ ବେଶ ସହାୟକ ହୋଇ ପାରିବା ନେଇ ସେ ଦାବି କରିଛନ୍ତି। ଏବେ ହିନ୍ଦୋଳ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ଅଭିଷେକ ଏକ ଡିଭାଇସ ବାହାର କରିଛନ୍ତି। ଏହି ଡିଭାଇସ ମାଧ୍ୟମରେ ନିଜଠାରୁ ଏକ ମିଟର ଦୂରତା ମଧ୍ୟକୁ ଯଦି କେହି ଅଚାନକ ଚାଲି ଆସନ୍ତି, ତାହେଲେ ଯନ୍ତ୍ରଟି ସଂଗେ ସଂଗେ ସତର୍କ ସୂଚନା ଦେବ।

mechineକେବେଳ ସେତିକି ନୁହେଁ ଯଦି ଅସାବଧାନତା ଜୋଙ୍ଗୁ ହାତ ନିଜ ମୁହଁ,ନାକ କିମ୍ବା ଆଖି ପାଖକୁ ଚାଲିଯାଏ ସେହି ସ୍ଥିତିରେ ମଧ୍ୟ ଯନ୍ତ୍ରଟି ସଂଗେ ସଂଗେ ସତର୍କ ସୂଚନା ଦେବ। ଯନ୍ତ୍ରଟି ଅତି ଛୋଟ ହୋଇଥିବାରୁ ସେ ନିଜ ଟୋପିରେ ଖଞ୍ଜିବା ବି ସହଜ। ତେବେ ଏହା ସାର୍ଟ ପକେଟ, ବୋତାମରେ ବି ଖଞ୍ଜା ଯାଇ ପାରିବ। ଯନ୍ତ୍ରଟି ତିଆରି କରିବା ପାଇଁ ମାତ୍ର ୫୦୦ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଦୁଇଟି ସେନ୍ସର, ଗୋଟିଏ ଏଲଇଡ଼ି ଓ ଗୋଟିଏ କଣ୍ଟ୍ରୋଲର ଖଞ୍ଜାଯାଇଛି।

ତେବେ ଏଥିରେ ଏକ କ୍ୟାମେରା ଖଞ୍ଜିବା ନେଇ ଯୋଜନା କରୁଛନ୍ତି ଅଭିଷେକ। କାରଣ ଏଥିରେ କ୍ୟାମେରା ଖଂଜାଗଲେ ନିଜଠାରୁ ଏକ ମିଟରେ ଦୂରତା ରକ୍ଷା କରିନଥିବା ବ୍ୟକ୍ତିଙ୍କ ଫଟୋ ଆପଣମାନେ ଦେଖି ପାରିବେ। ଏହି କ୍ଷୁଦ୍ର ଯନ୍ତ୍ରଟିର ନାମ କରଣ କରି ନାହିଁନ୍ତି।

cap-ଅଭିଷେକ ରାଉରକେଲା NITରୁ ସିଭିଲ ଇଂଜିନିୟର ଡିଗ୍ରୀ ହାସଲ କରିବା ପରେ ଇଲେକ୍ଟ୍ରୋନିକ୍ସ ଓ କମ୍ପୁଟର କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଛି। ଅଭିଷେକଙ୍କ ପ୍ରକୃତ ଘର ଭୁବନେଶ୍ୱର ହୋଇଥିବା ବେଳେ ମା ଚପଳା ସ୍ୱାଇଁ ଓ ବାପା ହେମନ୍ତ କୁମାର ସ୍ୱାଇଁ ଜଣେ ପ୍ରଶାସନିକ ଅଧିକାରୀ ଅଟନ୍ତି।

ଅନୁଗୋଳ ସିମିଳିପଡା ଠାରେ ଏକ ଭଡା ଘରେ ପତ୍ନୀ ଶୁଭଶ୍ରୀ ସୁଭାସ୍ମିତା ମହାନ୍ତିଙ୍କ ସହ ରୁହନ୍ତି ଅଭିଷେକ।ତାଙ୍କର ଏହି ପ୍ରକଳ୍ପକୁ ସରକାରୀ ହେଉ ବା ବେସରକାରୀ କ୍ଷେତ୍ରରେ ଉନ୍ନତମାନର କରାଯାଇ ଏହାକୁ ବ୍ୟବହାର କରାଯାଇ ପାରିବା ନେଇ ଆଶା ରଖିଛନ୍ତି ଅଭିଷେକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.