Below header

ରାତି ସାଢେ ୧୨ଟାରେ ଶୂନଶାନ ରାସ୍ତାରେ ପ୍ରେମୀଯୁଗଳ ବାଇକରେ କଲେ ରୋମାନ୍ସ, ଭିଡିଓ ଭାଇରଲ ପରେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ

ଗାଜିଆବାଦ ସଡ଼କରେ ପୁଣି ବାଇକରେ ରୋମାନ୍ସ କଲେ ଯୁବକ ଯୁବତୀ । ରାତି ୧୨.୩୦ ମିନିଟରେ ଶୂନଶାନ ରାସ୍ତାରେ ବାଇକରେ ବସି ପରସ୍ପରକୁ ଚୁମ୍ବନ ଦେଉଥିଲେ ପ୍ରେମୀ ଯୁଗଳ । ଏବେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ନିର୍ଦ୍ଦେଶ ଦେଇଛି । ଭିଡିଓ ଭାଇରଲ ହେବାରେ ଲାଗିଛି ।

ଶୂନଶାନ ରାସ୍ତାରେ ବାଇକରେ ରୋମାନ୍ସ । ଗାଜିଆବାଦର ଜାତୀୟ ରାଜପଥରେ ପ୍ରେମୀଯୁଗଳ କାହାକୁ ଖାତିର ନ କରି ବାଇକରେ ପରସ୍ପରକୁ ମୁହଁକରି ବସି ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ପୂର୍ବରୁ ଏମିତି ଅନେକ ଭିଡିଓ ଆପଣ ଦେଖିଥିବେ । ଯେଉଁଥିରେ ରାସ୍ତାରେ ପ୍ରେମୀ ଯୁଗଳ ବାଇକରେ ବସି ପରସ୍ପରକୁ କିସ୍‌ କରୁଥିବାର ନଜର ଆସିଛନ୍ତି । ଭିଡିଓ ଭାଇରଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଏହା ଜାଣିବା ପରେ ମଧ୍ୟ ଯୁବକ ଯୁବତୀଙ୍କ ଏଭଳି କାର୍ଯ୍ୟ ବନ୍ଦ ହେଉନାହିଁ ।

ଗାଜିଆବାଦର ଏନଏଚରେ ଏକ ବାଇକରେ ଯୁବକ ଓ ଯୁବତୀ ଯାଉଥିବା ବେଳେ ଯୁବତୀ ଜଣକ ବାଇକର ଟାଙ୍କିରେ ଯୁବକ ଆଡକୁ ମୁହଁ କରି ବସିଛନ୍ତି । ଆଉ ପରସ୍ପରକୁ ଚୁମ୍ବନ ଦେବାରେ ବ୍ୟସ୍ତ ରହିଛନ୍ତି ।

ଦେଖନ୍ତୁ ଭିଡିଓ : 

ଭିଡିଓ ଏନଏଚ ୯ ରେ ରାତି ୧୨.୩୦ ବେଳର ରହିଛି । ଭାଇରଲ ଭିଡିଓରେ ଦୁହିଁଙ୍କର ମୁହଁ ଦେଖାଯାଉନାହିଁ । ଯୁବକ ଜଣକ ଉଜଲା ଟି-ସାର୍ଟ ପିନ୍ଧି ବାଇକ ଚଲାଉଛନ୍ତି । ଆଉ ଯୁବତୀ ଜଣକ ଯୁବକ ଆଡକୁ ମୁହଁ କରି ବସିଥିଲେ । ଭିଡିଓ ଭାଇରଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି ।

ଏହି ଭାଇରଲ ଭିଡିଓକୁ ନେଇ ଏଡିସିପି ଟ୍ରାଫିକ କହିଛନ୍ତି, ଉଭୟେ ପ୍ରେମୀଯୁଗଳ ହେଲମେଟ ପିନ୍ଧିନାହାନ୍ତି । ସିସିଟିଭି ଫୁଟେଜ ଆଧାରରେ ଦୁହିଁଙ୍କୁ ଖୋଜାଚାଲିଛି ।

ଗତକିଛି ଦିନ ତଳେ ଲକ୍ଷ୍ମୌର ବ୍ୟବସ୍ତବହୁଳ ରାସ୍ତାରେ ସ୍କୁଟିରେ ଯୁବକ ଯୁବତୀ ରୋମାନ୍ସ କରୁଥିବାର ଭିଡିଓ ଭାଇରଲ ହୋଇଥିଲା । ଲକ୍ଷ୍ମୌ ପାସ୍‌ ମାର୍କେଟ ନିକଟରେ ଯୁବକ ଯୁବତୀ ଏମିତି କାମ କରିଚାଲିଥିଲେ । ଯୁବତୀ ଜଣକ ସ୍କୁଟିରେ ବସି ଅଶାଳୀନ ହରକତ କରୁଥିଲେ । ବାରମ୍ବାର ଯୁବକଙ୍କୁ ଚୁମ୍ବନ ଦେଇ ଚାଲିଥିଲେ । ଯାହା ଭିଡିଓ ଭାଇରଲ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.