Below header

ଜର୍ମାନୀରେ ଭାରତୀୟ ଦମ୍ପତିଙ୍କୁ ଛୁରା ମାଡ , ସ୍ବାମୀ ମୃତ

ଶୁକ୍ରବାର ଦିନ ଜର୍ମାନୀର ମ୍ୟୁନିଖ ସହରରେ କର୍ଣ୍ଣାଟକର ଉଡୁପି ଜିଲ୍ଲାର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଛି । ସେହି ସମୟରେ ଜଣେ ଦୁର୍ବୁତ ଦମ୍ପତିଙ୍କୁ ଛୁରୀ ଭୁଷି ଆକ୍ରମଣ କରିଥିବା ବେଳେ ୪୯ ବର୍ଷିୟ ପ୍ରଶାନ୍ତ ବସରୁରଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ତାଙ୍କର ୪୩ ବର୍ଷିୟା ପତ୍ନୀ ସ୍ମିତା ଗୁରୁତର ଭାବେ ଆହାତ ହୋଇଛନ୍ତି । ତାଙ୍କର ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଭାରତୀୟ ଅଧିକାରୀ କହିଛନ୍ତି କି ପ୍ରାରମ୍ଭିକ ଯାଞ୍ଚରୁ ଏପରି ଲାଗୁନାହିଁ କି ଏହା ଘ୍ରୁଣା ସମ୍ବନ୍ଧୀୟ ମାମଲା ଅଟେ । ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଟ୍ବିଟ୍ କରି କହିଛନ୍ତି କି ମ୍ୟୁନିଖ୍ ନିକଟରେ ଏକ ଅପ୍ରବାସୀ ଦମ୍ପତ୍ତିଙ୍କୁ ଛୁରୀ ଭୁଷି ଆକ୍ରମଣ କରାଯାଇଛି ।

sushmaଅଭିଯୁକ୍ତ ଜଣଙ୍କ ୩୩ ବର୍ଷିୟ ଜଣେ ବ୍ୟକ୍ତି ଯିଏକି ଉକ୍ତ ଦମ୍ପତ୍ତିଙ୍କର ପଡୋଶୀ ଥିବା ଜଣାପଡିଛି । ତେବେ ଉଭୟଙ୍କ ମଧ୍ୟ କୌଣସି ଏକ ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିଲା ଯାହାର ପରିଣାମ ସ୍ବରୂପ ଏପରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବାବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଛି । ତେବେ ଏହି ଘଟଣା ଘଟିବା ପରେ ଉଭୟଙ୍କ ପରିବାରରେ ଶୋକାକୁଳ ପରିସ୍ଥିତି ଉପୁଯିଥିବାବେଳେ ସ୍ମିତାଙ୍କ ଭାଇ ଏସମ୍ପର୍କରେ ଥାନାରେ ମାମଲା ଦେବା ସମ୍ପର୍କର ପୋଲିସ୍ ସହିତ ଆଲୋଚନା କରିଛନ୍ତି । ତେବେ ଘଟଣାକୁ ନେଇ ସ୍ମିତାଙ୍କ ଭାଇ ସୁଜୟ ଜର୍ମାନୀ ଯାଇପାରନ୍ତି । ତେବେ ପରିବାର ପକ୍ଷରୁ ସୂଚନା ମିଳିଛି କି ସ୍ମିତାଙ୍କ ଆଉ ଏକ ଭାଇ ଯିଏକି ଦୁବାଇରେ ରୁହନ୍ତି ସେ ମଧ୍ୟ ଜର୍ମାନୀ ଯିବା ପାଇଁ ଭିସାର ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.