ସାମାଜିକ ବାଧାବିଘ୍ନକୁ ଭାଙ୍ଗି ବିବାହ ବନ୍ଧନରେ ବାନ୍ଧି ହେଲେ ୧୫ ଟ୍ରାନ୍ସଜେଣ୍ଡର

ଛତିଶଗଡରେ ୧୫ ଜଣ ଟ୍ରାନ୍ସଜେଣ୍ଡର ଯୋଡିଙ୍କର ସାମୂହିକ ବିବାହ ଆୟୋଜନ ହୋଇଛି। ଏହି ଯୋଡି ମଧ୍ୟରେ ଥିଲେ ଆଠ ବର୍ଷ ଧରି ଭଲ ପାଉଥିବା ୩୩ ବର୍ଷିର ସଲୋନୀ ଏବଂ ୨୮ ବର୍ଷର ଗୁଲାମ ନବୀ ଅନସାରୀ। ସଲୋନୀ ଶାହରୁଖ୍ ଖାନଙ୍କର ଏକ ଫିଲ୍ମ ଡାଇଲଗ୍ କହି ନିଜ ଖୁସିକୁ ପରିପ୍ରକାଶ କଲେ। ସଲୋନୀ କହିଲେ ଯେ ଯଦି ଆପଣ କାହାକୁ ନିଜ ହ୍ରୁଦୟର ଗଭୀରତାରୁ ଚାହୁଁଥାନ୍ତି ତେବେ ପୂରା କାୟାନାତ ଆପଣଙ୍କୁ ତାକୁ ମିଶେଇବାକୁ ଲାଗି ପଡିବେ।

ସଲୋନୀ ଏବଂ ଅନସାରୀ ମହାରାଷ୍ଟ୍ରର ନାଗପୁରର ବାସିନ୍ଦା। କିନ୍ତୁ ସେ ଦୁହିଁଙ୍କର ସ୍ବପ୍ନ ୩୦୦ କିଲୋମିଟର ଦୂର ରାୟପୁରରେ ହୋଇଥିଲା। ବିବାହ କରିଥିବା ଏହି ୧୫ ଯୋଡିଙ୍କ ମଧ୍ୟରୁ ୭ଟି ଯୋଡି ଛତିଶଗଡ, ୨-୨ ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ବିହାର, ସେହିଭଳି ୧-୧ ଯୋଡି ମହାରାଷ୍ଟ୍ର ଏବଂ ପଶ୍ଚିମ ବଙ୍ଗର ଥିଲେ।

ହିନ୍ଦୁ ପରମ୍ପରା ଅନୁଯାୟୀ ଏହି ବିବାହ ସମାରୋହକୁ ଆୟୋଜନ କରାଯାଇଥିଲା। ରାୟପୁରର ଟ୍ରାନ୍ସଜେଣ୍ଡର ସାମାଜିକ କାର‌୍ୟ୍ୟକର୍ତ୍ତା ବିଦ୍ୟା ରାଜପୁତ ଏବଂ ତାଙ୍କ ଟୀମ ଏହି ଆୟୋଜନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ବିଦ୍ୟା କହିଲେ ଯେ ଟ୍ରାନ୍ସଜେଣ୍ଡରଙ୍କୁ ଏକାପଣ ଏବଂ ଗୋଟିଏ ପ୍ରକାରର ସାମାଜିକ ବହିଷ୍କାରର ସାମ୍ନା କରିବାକୁ ପଡିଥାଏ। ଏହି କାରଣରୁ ଆମେ ଟ୍ରାନ୍ସଜେଣ୍ଡରଙ୍କର ସାମୂହିକ ବିବାହର ଆୟୋଜନ କରିବାର ନିର୍ଣ୍ଣୟ ନେଇଥିଲୁ।

ସୁପ୍ରୀମ କୋର୍ଟଙ୍କ ନିର୍ଣ୍ଣୟ ଦ୍ବାରା ପୂରା ହେଲା ସଲୋନୀ-ଅନସାରୀଙ୍କର ଆଶା

ସୁପ୍ରୀମ କୋର୍ଟ ୨୦୧୪ ମସିହାରେ ଟ୍ରାନ୍ସଜେଣ୍ଡରଙ୍କୁ ତ୍ରୁତୀୟ ଲିଙ୍ଗ ଭାବରେ ମାନ୍ୟତା ଦେଲା। ସେମାନଙ୍କୁ ସମସ୍ତ ସୁବିଧା ଏବଂ ସାମ୍ବିଧାନିକ ଅଧିକାର ଏବଂ ସ୍ବିତନ୍ତ୍ରତା ଦେବା ପାଇଁ ଆଦେଶ ଦେଇଥିଲେ। କୋର୍ଟର ଏହି ଆଦେଶକୁ ସଲୋନୀ ଏବଂ ଅନସାରୀଙ୍କ ମନରେ ଆଶା ଜନ୍ମିଲା। ସେ କହିଲେ ଯେ ଆରମ୍ଭରେ ଆମେ ଆମ ସମ୍ପର୍କକୁ ଲାଚାଇଥିଲୁ। ଯେତେବେଳେ ଆମେ ଆମ ପରିଜନଙ୍କ ସହିତ ଏହି ବିଷୟରେ କଥା ହେଇଥିଲୁ ତେବେ ସେ ଏହାକୁ ସ୍ବୀକାର କରିବା ପାଇଁ ମନା କରିଦେଲେ।

ଏହି ନବବିବାହିତା ଯୋଡି କହିଲେ ଯେ ସୁପ୍ରୀମ କୋର୍ଟଙ୍କ ଆଦେଶ ପାଇଁ ଆମେ ଏକାସାଥିରେ ଖୋଲିକି ରହିବା ପାଇଁ ନିର୍ଣ୍ଣୟ ନେଲୁ। ଆମେ ବିବାହ କରିବା ପାଇଁ ପ୍ରୟାସ କଲୁ କିନ୍ତୁ କରିପାରିଲୁ ନାହିଁ। ଯେତେବେଳେ ଆମେ ଏହି ସାମୂହିକ ବିବାହ ବିଷୟରେ ଜାଣିବାକୁ ପାଇଲୁ ସେତେବେଳେ ଆମେ ଏଠାକୁ ଚାଲି ଆସିଲୁ ଏବଂ ଏଠାରେ ଆମ ସ୍ବପ୍ନ ସାକାର ହେଲା।