Below header

ଆଟାଚ ହେବ ବିଜୟ ମାଲ୍ୟାଙ୍କ ବେଙ୍ଗାଲୁରୁ ସମ୍ପତ୍ତି, ଜୁଲାଇ ୧୦ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରୁ ଫେରାର ଥିବା ମଦ ଉଦ୍ୟୋଗୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତିକୁ ‘ଫେରା’ ଆଇନ୍‌ ଅନୁସାରେ ଏପ୍ରିଲ ୧୦ ତାରିଖରେ ସିଜ୍‌ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଚିଫ୍ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ ଦୀପକ ସେରାୱାତ ଜୁଲାଇ ୧୦ ସୁଦ୍ଧା ସମ୍ପତ୍ତି ଆଟାଚ କରିବା ପାଇଁ ବେଙ୍ଗାଲୁର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ବେଙ୍ଗାଲୁରରେ ମାଲ୍ୟାଙ୍କ ୧୫୯ଟି ସମ୍ପତ୍ତି ରହିଥିବା ପୋଲିସ୍‌ କୋର୍ଟକୁ ଜଣାଇଥିଲା । ହେଲେ ଏଥିରୁ ଗୋଟିଏ ବି ସମ୍ପତ୍ତି ଆଟାଚ ହୋଇନଥିଲା । ୪ ବର୍ଷ ହେବ କୋର୍ଟର ସମନକୁ ଅଣଦେଖା କରିଆସୁଥିଲେ ମାଲ୍ୟା । ତେଣୁ ଗତବର୍ଷ ମେ ୮ରେ ମାଲ୍ୟାଙ୍କ ମାମଲାରେ ପ୍ରପର୍ଟି ଆଟାଚ କରି ରିପୋର୍ଟ ଦେବାକୁ ବେଙ୍ଗାଲୁର ପୋଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହା ପୂର୍ବରୁ ମାଲ୍ୟାଙ୍କ ବିରୋଧରେ ୧୨ ଏପ୍ରିଲ ୨୦୧୭ରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.