Below header

ଆସନ୍ତା ମାସ ୨ ତାରିଖରୁ ହେବ ସକାଳୁଆ କ୍ଲାସ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର (କେନ୍ୟୁଜ୍) : ଏପ୍ରିଲ ୨ରୁ ରାଜ୍ୟର ସମସ୍ତ ସ୍କୁଲ ହେବ ସକାଳୁଆ । ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ରୁ ଯାଏ କ୍ଲାସ ହେବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଚିଠି ପଠାଯାଇଛି । ଦିନ୧୦ଟାରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ଦେବା ସହ ୧୧ଟା ପରେ କୌଣସି ସ୍କୁଲ ଖୋଲା ରହିବ ନାହିଁ ବୋଲି କୁହାଯାଇଛି । ମାର୍ଚ୍ଚ ୩୦ ସୁଦ୍ଧା ସବୁ ପରୀକ୍ଷା ସାରିବ । ମେ’ ୬ରୁ ଖରାଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ୨ରୁ ନୂଆ ବିଦ୍ୟାର୍ଥୀଙ୍କୁ ସ୍ୱାଗତ କରାଯିବା ସହ ପ୍ରବେଶ ଉତ୍ସବ ପାଳନ ହେବ । ଏପ୍ରିଲ ୩ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.