Below header

ATMରୁ ଉଠି ଯାଇଛି ଏବଂ ଆକାଉଣ୍ଟରୁ ମଧ୍ୟ କଟିଯାଇଛି ହେଲେ ହାତକୁ ଆସିନି ଟଙ୍କା, ତେବେ ଏଭଳି ସ୍ଥିତିରେ କଣ କରିବେ ଜାଣନ୍ତୁ

କେତେକ ଥର ଏମିତି ହୋଇଛି ଯେ ଏଟିଏମରୁ ଟଙ୍କା ଉଠିଯାଇଥାଏ ଏବଂ ଆପଣଙ୍କ ଆକାଉଣ୍ଟରୁ ମଧ୍ୟ ଟଙ୍କା କଟିଯାଇଥାଏ କିନ୍ତୁ ଆପଣଙ୍କ ହାତକୁ ଟଙ୍କା ଆସିନଥାଏ। ଏମିତି କଣ ଆପଣଙ୍କ ସହିତ କେବେ ହୋଇଛି। ଏମିତି ପରିସ୍ଥିତରେ ସାଧାରଣତଃ ସମସ୍ତେ ଭୟଭୀତ ହୋଇଯାନ୍ତି। କିନ୍ତୁ ଭୟଭୀତ ନହୋଇ ଚାଲାକର କାମ କରିବାକୁ ହେବ। କାରଣ ଆପଣ ଏହାଭାବି ନିଶ୍ଚିତ ରୁହନ୍ତୁ ଯେ ଆପଣଙ୍କର ଟଙ୍କା କୁଆଡେ ଯାଇନାହିଁ। ଆପଣଙ୍କ ଟଙ୍କା ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ। ତେବେ ଆସନ୍ତୁ ଜାଣିବା କେମିତି ?

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ କଣ କହେ ଜାଣନ୍ତୁ

RBIସର୍ବପ୍ରଥମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଆରବିଆଇ ନିୟମ ଅନୁଯାୟୀ ଯଦି ଆପଣ ନିଜର ବ୍ୟାଙ୍କ କିମ୍ବା ଯେକୌଣସି ବ୍ୟାଙ୍କ୍ ଏଟିଏମରୁ ଟଙ୍କା ଉଠାଇଥାନ୍ତି ଏବଂ ଖାତାରୁ ଟଙ୍କା କଟିଯାଇଥାଏ। କିନ୍ତୁ ଆପଣଙ୍କୁ ଟଙ୍କା ମିଳିନଥାଏ ତେବେ ଆପଣଙ୍କ ଟଙ୍କା କୁଆଡେ ବି ଯିବ ନାହିଁ ନିଶ୍ଚୟ ମିଳିଯିବ, କିନ୍ତୁ ଏହା ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି।

ଏଟିଏମରୁ ଟଙ୍କା ଉଠାଇବା ସମୟରେ ଟଙ୍କା କଟିଗଲେ ଏବଂ ଟଙ୍କା ନ ମିଳିବା ସ୍ଥିତିରେ ପ୍ରଥମେ ଆପଣ ସମ୍ବଦ୍ଧିତ ବ୍ୟାଙ୍କକୁ ଯାଇ ଏହାର ସୂଚନା ଦିଅନ୍ତୁ। ଯଦି ବ୍ୟାଙ୍କ୍ ବନ୍ଦ ଥାଏ ତେବେ ଆପଣ ନିଜର ବ୍ୟାଙ୍କ୍ କଷ୍ଟମର ନମ୍ବରକୁ କଲ କରିପାରିବେ।
ଟ୍ରାଜାଙ୍କସନ ଫେଲ ହେବାର ଅଭିଯୋଗ ହେବା ପରେ ୧ ସପ୍ତାହ ଭିତରେ ଆପଣଙ୍କ ଟଙ୍କା ଆପଣଙ୍କୁ ମିଳିଯିବ କିମ୍ବା ଫେଲ ହୋଇଥିବାର କାରଣ ଜଣାଇବ। କିନ୍ତୁ ଏଥିପାଇଁ ଆପଣଙ୍କ ପାଇଁ ଜରୁରି ଅଟେ ଯେ ଆପଣ ବ୍ୟାଙ୍କକୁ ଟ୍ରାଜାଙ୍କସନ ହୋଇଥିବାର ସ୍ଲିପ ଦିଅନ୍ତୁ ଏବଂ ସ୍ଲିପ୍ ନ ମିଳିଲେ ବ୍ୟାଙ୍କ୍ ଷ୍ଟେଟମେଣ୍ଟର ବ୍ୟବହାର କରିପାରିବେ।

CARDଟ୍ରାଜାଙ୍କସନ ଫେଲ ହୋଇଥିବା ସ୍ଥିତିରେ ଆପଣ ଭୟ କରିବା ଆପଶ୍ୟକ ନାହିଁ। ଆପଣଙ୍କୁ ଅତିକମରେ ୨୪ ଘଣ୍ଟା ଅପେକ୍ଷା କରିବାକୁ ହେବ। ଯଦି ଏହା ବ୍ୟତୀତ ଟଙ୍କା ଫେରିଲା ନାହିଁ ତେବେ ଆପଣଙ୍କୁ ବ୍ୟାଙ୍କର ବ୍ରାଞ୍ଚରେ ଲିଖିତ ଆକାରରେ ଅଭିଯୋଗ କରିବାକୁ ହେବ। ଆପଣଙ୍କ ଅଭିଯୋଗର ଗୋଟିଏ ସପ୍ତାହ ମଧ୍ୟରେ ଆପଣଙ୍କ ଖାତାରେ ଟଙ୍କା ଆସିଯିବ ଆଉ ଯଦି ନ ଆସିଲା ତେବେ ବ୍ୟାଙ୍କ୍ ଆପଣଙ୍କୁ ସବୁଦିନ ୧୦୦ ଟଙ୍କା ଫାଇନ୍ ଭାବରେ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.