ଏକାସାଙ୍ଗରେ ଚାଲିଗଲା ୩ ଜୀବନ, ଗୋଟିଏ ପରିବାରର ବାପ,ପୁଅ ଓ ଝିଅଙ୍କ ସଲିଳ ସମାଧି

ସମ୍ବଲପୁର (କେନ୍ୟୁଜ୍) : ଠେଲକୁଲିରେ ଦୁଃଖଦ ଘଟଣା । ବାପ, ପୁଅ ଓ ଝିଅଙ୍କ ସଲିଳ ସମାଧି । ମୃତକମାନେ ହେଲେ ଠେଲକୁଲି ଅଞ୍ଚଳର ରାଜୁ ପାଶ୍ୱନ, ପୁଅ ବାଦଲ ଓ ଝିଅ ଶୁଭା। ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଯାଇ ଆଉ ସେମାନେ ଘରକୁ ଫେରିନଥିଲେ। ରାଜୁ ପାଶ୍ୱନଙ୍କ ସ୍ତ୍ରୀ କମଳା ଦେବୀ ଠେଲକୁଲି ଥାନାରେ ଅଭିଯୋଗ କରିବା ପରେ, ପୋଲିସ ତନାଘନା କରିଥିଲା। ଅଗ୍ନିଶମ ବିଭାଗ ସହାୟତାରେ ଆଜି ସକାଳୁ ନଦୀ ଭିତରୁ ୩ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ବୁର୍ଲା ପଠାଯାଇଛି। ମୃତକଙ୍କ ଘର ବିହାରର ନଉକଟା ଜିଲ୍ଲାରେ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.