Below header

ନାବାଳିକାଙ୍କ ଜବରଦସ୍ତି ବିବାହକୁ ମଞ୍ଜୁରୀ ଦେଲେ କୋର୍ଟ, କହିଲେ ‘ତାଙ୍କର ପ୍ରଥମ ମାସିକ ଧର୍ମ ହୋଇସାରିଛି’

୧୪ ବର୍ଷୀୟା ଜଣେ ଝିଅକୁ ଅପହରଣ କରିବା ପରେ ତାଙ୍କ ଧର୍ମକୁ ଖ୍ରୀଷ୍ଟିଆନରୁ ଇସଲାମକୁ ଜବରଦସ୍ତ ପରିବର୍ତ୍ତନ କରାଯାଇଛି। କେବଳ ଏତିକି ନୁହେଁ ପରେ ତାଙ୍କ ବିବାହ ମଧ୍ୟ କରାଯାଇଥିବା ନେଇ ଏକ ମାମଲା ସାମ୍ନାକୁ ଆସିଛି। ଏନେଇ ଝିଅର ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ମାତ୍ର କୋର୍ଟ ଏହି ମାମଲାରେ ଯେଉଁ ଶୁଣାଣି କରିଛନ୍ତି ତାହା ଶୁଣିବା ପରେ ନ୍ୟାୟ ଉପରୁ ଯାହାର ବି ବିଶ୍ୱାସ ଉଠିଯିବା ସ୍ୱାଭାବିକ।

Image result for court

କୋର୍ଟ ମାମଲାର ଶୁଣାଣି କରିବା ଅବସରରେ କହିଛନ୍ତି ଝିଅର ବୟସ କମ୍‌ ହେଲେ ମଧ୍ୟ ସରିଆ ଆଇନ୍‌ ମୁତାବକ ତାଙ୍କର ପ୍ରଥମ ମାସିକ ଧର୍ମ ହୋଇସାରିଛି। ଏଣୁ ତାଙ୍କ ବିବାହକୁ ବୈଧ ବୋଲି ଧରାଯିବ। ଏହା ଶୁଣିବା ପରେ ଝିଅର ପରିବାର ଲୋକ ମାମଲାକୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ନେବେ ବୋଲି କହିଛନ୍ତି।

ରିପୋର୍ଟ ମୁତାବକ ଘଟଣା ପାକିସ୍ତାନର କରାଚୀଠାରେ ଘଟିଛି। ସେଠାକାର ବାସିନ୍ଦା ତଥା ଝିଅର ପିତା ୟୁନୁସ ମସୀହ କହିଛନ୍ତି ଗତ ଅକ୍ଟୋବରରେ ତାଙ୍କ ୧୪ ବର୍ଷୀୟା ଝିଅକୁ ଅପହରଣ କରାଯାଇଥିଲା। ଅପହରଣ କରିଥିବା ବ୍ୟକ୍ତି ଅବ୍‌ଦୁଲ ଜବ୍ଦାର ଜବରଦସ୍ତ ତାଙ୍କ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନରୁ ଇସ୍‌ଲାମ କରିଥିଲା। ପରେ ତାଙ୍କୁ ଜୋର ଜବରଦସ୍ତ ବିବାହ କରିଥିଲା। ଏବେ ଝିଅର ପରିବାର ଲୋକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଓକିଲ କହିଛନ୍ତି ସୁପ୍ରିମ୍‌କୋର୍ଟ ନିଶ୍ଚୟ ନ୍ୟାୟ ପ୍ରଦାନ କରିବେ। ସେ କହିଛନ୍ତି ଯେ ସିନ୍ଧ ହାଇକୋର୍ଟ ନିଜ ଶୁଣାଣିରେ କହିଥିଲେ ଝିଅ ନାବାଳିକା ହୋଇଥିଲେ ମଧ୍ୟ ତାଙ୍କ ପ୍ରଥମ ମାସିକ ଧର୍ମ ହୋଇସାରିଥିବାରୁ ବିବାହକୁ ବୈଧ ବୋଲି ଧରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.