Below header

ସପ୍ତାହକୁ ଅତି କମରେ ଦୁଇ ଥର ତ୍ୱଚାକୁ ଦିଅନ୍ତୁ ବାମ୍ଫ, ନିଜେ ଅନୁଭବ କରନ୍ତୁ ଫରକ

ସାଧରଣତଃ ଅଧିକାଂଶ ମହିଳା ମାନେ ନିଜ ତ୍ୱଚାର ଯତ୍ନ ନେଇ ଖୁବ ସଚେତନ ଥାନ୍ତି । ନିଜ ଦୈନନ୍ଦିନ ରୁଟିନରେ ବି ଝିଅ ମାନେ ନିଜ ତ୍ୱଚାର ଏକ ଖାସ ଧ୍ୟାନ ରଖିଥାନ୍ତି । ସମସ୍ତେ ପ୍ରାୟ ଫେସ ପ୍ୟାକ ଓ ଫେସିଆଲ ଆଦି କରୁଥିବା ବେଳେ ଷ୍ଟିମିଙ୍ଗ ବିଷୟରେ କିନ୍ତୁ ଖୁବ କମ ଲୋକ ହୁଏତ ଜାଣନ୍ତି । ଆଜି ଆସନ୍ତୁ ଜାଣିବା ନିୟମିତ ଷ୍ଟିମିଙ୍ଗ କଲେ ଆପଣଙ୍କୁ କଣ କଣ ଫାଇଦା ମିଳିପାରିବ । ଏମିତିରେ ବାହାରର ପ୍ରଦୂଷଣ, ଅନିୟମିତ ଜୀବନ ଶୈଳୀ ବି ତ୍ୱଚା ଖରାପ ହେବାର ପ୍ରମୁଖ କାରଣ ।

steaming

– ସ୍କିନ ତେଲିଆ ହେଲେ ସ୍କିନ ଉପରେ ଧୂଳି, ମାଟି, ଅପରିଷ୍କାର ପଦାର୍ଥ ଜମିଯାଇଥାଏ । ଏମିତିରେ ତ୍ୱଚା ନିଜ ଚମକ ହରାଇବସେ । ଏସମସ୍ୟାକୁ ଦୂର କରିବା ପାଇଁ ଷ୍ଟିମିଙ୍ଗ ହେଉଛି ସର୍ବୋ ତମ ଉପାୟ । ଏହା ସାହାଯ୍ୟରେ ତ୍ୱଚା ଭିତରୁ ସଫା ହେବା ସହ ଉଜ୍ଜ୍ୱଳ ଦିଶିଥାଏ । ସଫା ହେଲେ ସ୍କିନ ମଧ୍ୟ ଭଲ ଭାବେ ନିଶ୍ୱାସ ନେଇପାରିଥାଏ ।

ଜାଣନ୍ତୁ କେମିତି କରିବେ ଷ୍ଟିମିଙ୍ଗ ?

ଏମିତିରେ ତ ମାର୍କେଟରେ ବିଭିନ୍ନ ପ୍ରକାରର ଷ୍ଟିମର ଉପଲବ୍ଧ ହେଉଛି । ଯେଉଁ ସବୁର ବ୍ୟବହାର କରି ଆପଣ ଅତି ସହଜରେ ନିଜ ଚେହେରାକୁ ବାମ୍ଫ ଦେଇ ପାରିବେ । କିନ୍ତୁ ଘରେ ମଧ୍ୟ ଆପଣ ସହଜରେ ଷ୍ଟିମ ନେଇପାରିବେ । ଏକ ପାତ୍ରରେ ପାଣି ଗରମ କରିଦିଅନ୍ତୁ । ଏକ ବଡ ଟାୱେଲକୁ ନିଜ ମୁହଁରେ ଘୋଡାଇ କିଛି ସମୟ ରଖନ୍ତୁ । ପାଣିରୁ ବାହାରୁଥିବା ବାମ୍ଫ ଆପଣଙ୍କ ତ୍ୱଚାରେ ପଶି ତ୍ୱଚା ଭିତରୁ ଧୂଳି ମଳି ସବୁକୁ ବାହାର କରିଦେବ । ଏମିତି ୫ ରୁ ୧୦ ମିନିଟ ପାଇଁ କରନ୍ତୁ ।

steaming

କଣ ହୋଇଥାଏ ଲାଭ ?

ନିୟମିତ ଭାବେ ଏହି ପରି ବାମ୍ଫ ନେବା ଦ୍ୱାରା ଚେହେରାରୁ ବ୍ଲାକ ହେଡ଼ସ, ହ୍ୱାଇଟ ହେଡ଼ ଦୂର ହେବା ସହ ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ସହ ବୟସାଧିକ ଚିହ୍ନ ବି ଦୂର ହୋଇଥାଏ ।
ସପ୍ତାହକୁ ଅତି କମରେ ଦୁଇ ଥର ଦିଅନ୍ତୁ ଷ୍ଟିମିଙ୍ଗ, ନିଜେ ଅନୁଭବ କରନ୍ତୁ ଫରକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.