Below header

ଉପରମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଦେଶରେ ୫ ହଜାର ୬୭୬ ନୂଆ କେସ୍

ଦେଶରେ ଗତ ୨୪ ଘଣ୍ଟାରେ ୫,୬୭୬ ନୂଆ ସଂକ୍ରମିତ ଚିହ୍ନଟ । ଆକ୍ଟିଭ କେସ୍‌ ୩୭ ହଜାରକୁ ବୃଦ୍ଧି ପାଇଛି । କରୋନା ସଂକ୍ରମଣକୁ ନଜରରେ ରଖି ସାରା ଦେଶରେ ହସପିଟାଲରେ ଆରମ୍ଭ ହୋଇଛି ଦୁଇ ଦିନିଆ ମକଡ୍ରିଲ୍ ।

ନୂଆଦିଲ୍ଲୀ (କେନ୍ୟୁଜ): ଦେଶରେ ବଢୁଛି କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ୫,୬୭୬ ନୂଆ ସଂକ୍ରମିତ ଚିହ୍ନଟ । ଆକ୍ଟିଭ କେସ୍‌ ୩୭ ହଜାରକୁ ବୃଦ୍ଧି ପାଇଛି । କରୋନା ସଂକ୍ରମଣକୁ ନଜରରେ ରଖି ସାରା ଦେଶରେ ହସପିଟାଲରେ ଆରମ୍ଭ ହୋଇଛି ଦୁଇ ଦିନିଆ ମକଡ୍ରିଲ୍ । ଆଜି ମଧ୍ୟ କୋଭିଡ୍ ହସ୍ପିଟାଲରେ ମକ୍ଡ୍ରିଲ କରାଯିବ । କରୋନା ମୁକାବିଲା ଓ ପରିଚାଳନା ନେଇ ହସ୍ପିଟାଲ କେତେ ପ୍ରସ୍ତୁତ ଅଛି, ତା’ ଉପରେ ଜୋର ଦିଆଯାଇଛି । କୋଭିଡ ବେଡ୍ ଠାରୁ ଆରମ୍ଭ କରି, ଔଷଧ, ଅକ୍ସିଜେନ୍ କେତେ ମହଜୁଦ ରହିଛି, ସେ ନେଇ ସମୀକ୍ଷା କରାଯାଉଛି ।

ବର୍ଷେ ହେବ କରୋନା ସଂକ୍ରମଣ କମିଥିବା ବେଳେ ପ୍ରାୟ ରାଜ୍ୟ କଟକଣାକୁ କୋହଳ କରିଥିଲେ । ଏବେ କିନ୍ତୁ ଦେଶର କିଛିଟା ରାଜ୍ୟ ପୁଣି ଥରେ କଟକଣା ଲାଗୁ କରିଛନ୍ତି, ଯେପରିକି ମାସ୍କ ପିନ୍ଧିବା ବାଧ୍ୟଚାମୂଳକ ହୋଇଯାଇଛି । ପୂର୍ବରୁ ପୁଡୁଚେରୀ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ ଏବେ ସମାନ ପଦକ୍ଷେପ ନେଇଛନ୍ତି ହରିୟାଣା ସରକାର। ଏହାଛଡ଼ା କେରଳରେ ମଧ୍ୟ ମାସ୍କ ଲାଗୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.