Below header

ଅଯୋଧ୍ୟା ସରଜୁ ନଦୀରେ କୁମ୍ଭୀର ଆତଙ୍କ, ସାଧାରଣ ଲୋକ ଓ ସାଧୁସନ୍ଥଙ୍କୁ ଗାଧୋଇବା ମନା

ନୂଆଦିଲ୍ଲୀ : ଅଯୋଧ୍ୟାର ସରଜୁ ନଦୀରେ କୁମ୍ଭୀର ଆତଙ୍କ । ନଦୀରେ କେତୋଟି ଘଡ଼ିଆଳ କୁମ୍ଭୀର ପହଁରୁଥିବା ଦେଖିବାକୁ ମିଳିଛନ୍ତି । ଏହାପରେ କେବଳ ସାଧାରଣ ଲୋକ ନୁହେଁ ଏଠାରେ ରହୁଥିବା ସାଧୁସନ୍ଥଙ୍କୁ ମଧ୍ୟ ନଦୀକୁ ଗାଧୋଇବା ଲାଗି ଯିବାକୁ ମନା କରାଯାଇଛି । ବିଶେଷ କରି ସାଧୁ ସନ୍ଥମାନେ ସବୁ ଦିନେ ସରଜୁ ନଦୀ ଉପରେ ନିର୍ଭର କରିଥାନ୍ତି । ସେମାନଙ୍କର ସମସ୍ତ ନିତ୍ୟକର୍ମ, ସ୍ନାନଠୁ ଆରମ୍ଭ କରି ତର୍ପଣ ଆଦି କାମ କରିଥାନ୍ତି ଏହି ନଦୀରେ । ତେବେ କୁମ୍ଭୀର ଆକ୍ରମଣର ଭୟ ଥିବାରୁ ଏବେ ସମସ୍ତଙ୍କୁ ନଦୀ ପାଖକୁ ବି ଯିବା ପାଇଁ ମନା କରାଯାଇଛି ।

ନଦୀର ଲକ୍ଷ୍ମଣ ଘାଟରେ କୁମ୍ଭୀରକୁ ଲୋକେ ଦେଖିଛନ୍ତି । ବନ ବିଭାଗକୁ କୁମ୍ଭୀରଙ୍କୁ ନଦୀରୁ ତଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବର୍ଷ ମଧ୍ୟ ସରଜୁ ନଦୀରେ କୁମ୍ଭୀର ବୁଲୁଥିବାର ଦେଖା ଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.