ଘରୋଇ ହସ୍ପିଟାଲର ଆମ୍ବୁଲାନ୍‌ସ ପାଇଁ ମୂଲ୍ୟ ଧାର୍ଯ୍ୟ କଲା ପରିବହନ ବିଭାଗ, ଜାଣନ୍ତୁ କିଲୋମିଟର ପିଛା କେତେ ଦେବେ ଆପଣ

କେନ୍ୟୁଜ୍(ବ୍ୟୁରୋ):  ଘରୋଇ ହସ୍ପିଟାଲର ଆମ୍ବୁଲାନ୍‌ସ ଓ ଘରୋଇ ଆମ୍ବୁଲାସ ଅପରେଟରଙ୍କ ପାଇଁ ମୂଲ୍ୟ ଧାର୍ଯ୍ୟ କଲା ପରିବହନ ବିଭାଗ। ଯଦି ଆମ୍ବୁଲାନ୍‌ସ ଗାଡ଼ିର ମୂଲ୍ୟ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବ ତେବେ ରୋଗୀଙ୍କୁ ନେବା ପାଇଁ ୧୦ କିଲୋମିଟର ପର୍ଯ୍ୟନ୍ତ ୭୫୦ ଟଙ୍କା ଧାର୍ଯ୍ୟ ହୋଇଛି। ଅଧିକ ହେଲେ କିଲୋମିଟର ପିଛା ୩୦ ଟଙ୍କା ଦେବାକୁ ପଡିବ।

ସେହିପରି ବେସିକ୍‌ ଲାଇଫ ସପୋର୍ଟ ବ୍ୟବସ୍ଥା ଥିବା ଆମ୍ବୁଲାନ୍‌ସରେ ୧୦ କିଲୋମିଟର ପର୍ଯ୍ୟନ୍ତ ୧୦୦୦ ଟଙ୍କା ଦେବାକୁ ପଡିବ। ଅଧିକ ହେଲେ କିଲୋମିଟର ପିଛା ୫୦ ଟଙ୍କା ଦେବାକୁ ପଡିବ। ସେହିପରି ଆମ୍ବୁଲାନ୍‌ସର ଗାଡିର ମୂଲ୍ୟ ୮ରୁ ୧୦ ଲକ୍ଷ ଥିଲେ ରୋଗୀଙ୍କୁ ୧୦ କିଲୋମିଟର ପର୍ଯ୍ୟନ୍ତ ୧ ହଜାରେ ଟଙ୍କା ଓ ବେସିକ ଲାଇଫ ସପୋର୍ଟ ଥିବା ଆମ୍ବୁଲାନ୍‌ସରେ ୧୫ଶହ ଟଙ୍କା ଦେବାକୁ ପଡିବ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.