Below header

CTET ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍‌

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁCTET ୨୦୨୧ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି କରିଛି। ଯେଉଁ ପରୀକ୍ଷାର୍ଥୀରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି, ସେମାନେ ତୁରନ୍ତ CTET ର ଅଧିକାରକ ୱେବସାଇଟ୍‌ ctet.ni.in କୁ ଯାଇ ଆଡମିଟ୍‌ କାର୍ଡ ଡାଉନଲୋଡ କରିଦିଅନ୍ତୁ। ସୂଚନାଯୋଗ୍ୟ, CBSE CTET Dec 2021 ପରୀକ୍ଷା ୧୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ପରୀକ୍ଷାରେ ସାମିଲ ହେବା ପାଇଁ ପ୍ରାର୍ଥୀ ନିଜର ଆଡମିଟ୍‌ କାର୍ଡର ପ୍ରିଣ୍ଟ ଆଉଟ୍‌ କପି ସହିତ ପରୀକ୍ଷା ସେଣ୍ଟରରେ ପହଞ୍ଚିବାକୁ ହେବ।

ତେବେ ଆଡମିଟ୍‌ କାର୍ଡ କେମିତି କରିବେ ଡାଉନଲୋଡ :

ପ୍ରଥମେ ଅଫିସିଆଲ ୱେବସାଇଟ ctet.nic.in କୁ ଯାଆନ୍ତୁ।

ହୋମପେଜରେ ଦେଖାଯାଥିବା ଆଡମିଟ୍‌ କାର୍ଡରେ ଥିବା ଡାଇରେକ୍ଟ ଲିଙ୍କ ଉପରେ କ୍ଲିକ କରନ୍ତୁ।

ଏବେ ନୂଆ ପେଜରେ ଆପ୍ଲିକେସନ ନମ୍ବର, ଜନ୍ମତାରିଖ ଏବଂ ସିକ୍ୟୁରିଟି ପିନ୍‌ ସବମିଟ୍‌ କରନ୍ତୁ।

ଏହାପରେ ଆଡମିଟ୍‌ କାର୍ଡ ସ୍କ୍ରିନରେ ଆସିବ, ଏହାକୁ ଡାଉନଲୋଡ କରିଦିଅନ୍ତୁ।

ଏହାପରେ ନିଜ ଆଡମିଟ୍‌ କାର୍ଡର ଏକ ପ୍ରିଣ୍ଟଆଉଟ୍‌ ନିଶ୍ଚିତ ଭାବେ କାଢିଦିଅନ୍ତୁ।

ଏହି ପରୀକ୍ଷା ୧୬ ଡିସେମ୍ବରରୁ ଆରମ୍ଭ ହୋଇ ୧୩ ଜାନୁଆରୀ ୨୦୨୨ ଯାଏ ଚାଲିବ। ପରୀକ୍ଷା କମ୍ପ୍ୟୁଟରରେ ହେବ। ଦୁଇଟି ସିଫ୍ଟରେ ଅର୍ଥାତ୍‌ ସକାଳ ୯.୩୦ରୁ ଅପରାହ୍ନ ୧୨ଟା ଯାଏ ଏବଂ ଅପରାହ୍ନ ୨.୩୦ ମିନିଟରୁ ସନ୍ଧ୍ୟା ୫ଟା ଯାଏଁ ପରୀକ୍ଷା ଦେବାକୁ ପଡିବ। ପରୀକ୍ଷା ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ଆଡମିଟ୍‌ କାର୍ଡରେ ରହିଥିବ। ତେବେ କରୋନା ଯୋଗୁଁ ପ୍ରାର୍ଥୀ ସମସ୍ତ ସାବଧାନତା ଅବଲମ୍ବନ କରିବା ଉଚିତ। ପ୍ରଥମ ଥର ପାଇଁ ଅନଲାଇନ ପରୀକ୍ଷା କରାଯିବ। ଚଳିତ ବର୍ଷ ୨୧ ଲକ୍ଷ ପରୀକ୍ଷାର୍ଥୀ ରେଜିଷ୍ଟ୍ରସନ କରିଥିଲେ।

https://ctet.nic.in/WebInfo/Page/Page?PageId=1&LangId=P

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.