Below header

ନର୍ଥ କୋରିଆରେ ଜିନ୍ସ ବ୍ୟବହାର ଉପରେ ଲଗାଯାଇଛି ରୋକ

ଜିନ୍ସ, ଯାହାର ଡିମାଣ୍ଡ ଆଜିକାଲିର ଦୁନିଆର ଢ଼େର ଅଧିକ। ଛୋଟ ବଡ଼ରୁ ଆରମ୍ଭ କରି ପୁଅ ଝିଅ ସମସ୍ତଙ୍କର ପ୍ରଥମ ପସନ୍ଦ ଏବେ ଜିନ୍ସ। କିନ୍ତୁ କଣ ଆପଣ ଏହି ପରିଧାନର ଜନ୍ମ ବା ଉତ୍ପତ୍ତି କେଉଁଠୁ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଆପଣଙ୍କ ମନ ପସନ୍ଦ ଜିନ୍ସର ଇତିହାସ ସମ୍ପର୍କରେ କହିବୁ।

ଜିନ୍ସର ଉତ୍ପତ୍ତି ଆମେରିକାରେ ହୋଇଥିଲା। କିନ୍ତୁ ଏବେ ଏହାକୁ ସାରା ଦୁନିଆରେ ଲୋକ ପିନ୍ଧୁଛନ୍ତି। କିନ୍ତୁ ଦୁନିଆର ଏମିତି ଏକ ସ୍ଥାନ ମଧ୍ୟ ରହିଛି, ଯେଉଁଠି ଜିନ୍ସର ବ୍ୟବହାର କରାହୁଏନି। ନର୍ଥ କୋରିଆରେ ଜିନ୍ସକୁ ବ୍ୟବହାର କରିବା ଉପରେ ରୋକ ଲଗାଯାଇଛି।

jeans
pc: RVCJ media

ଆଜିିକାଲିର ଦୁନିଆରେ ସମସ୍ତେ ଜିନ୍ସକୁ ପସନ୍ଦ କରୁଛନ୍ତି। ଏହା ପପୁଲାର ଆଉଟଫିଟ ମଧ୍ୟରୁ ଗୋଟିଏ। କିନ୍ତୁ ଏହାର ଇତିହାସକୁ ଧ୍ୟାନରେ ରଖିଲେ ଜଣାଯାଏ ଯେ, ଏହା ଶ୍ରମିକ ମାନଙ୍କ ପାଇଁ ତିଆରି କରାଯାଇଥିଲା। ଏହାର କାରଣ ମଧ୍ୟ ରହିଛି। ବାରମ୍ବାର ଧୋଇବା ସମସ୍ୟାରୁ ମୁକ୍ତି ପାଇଁ ଏହି ପ୍ୟାଣ୍ଟକୁ ତିଆରି କରାଯାଇଥିଲା। କାରଣ ଜିନ୍ସ ଶୀଘ୍ର ମଇଳା ହୋଇନଥାଏ। ତେଣୁ ଧୋଇବାର ସମସ୍ୟା ମଧ୍ୟ ନଥାଏ। ତେଣୁ ରିସର୍ଚ୍ଚ କରି ଏହାକୁ ତିଆରି କରାଯାଇଥିଲା। କିନ୍ତୁ ଏବେ ଏହାକୁ ସବୁ ପନ୍ଧିବାରେ ବ୍ୟସ୍ତ।

ତେବେ ଏଥିରେ ଅନେକ ପକେଟ ରହିଛି । ଏହାର ବ୍ୟାକ ସାଇଡରେ ଏକ ଛୋଟ ପକେଟ ରହିଛି, ଯାହାକୁ ଆମେ ଖୁଚୁରା କଏନ୍‌ ରଖିବା ପାଇଁ ବ୍ୟବହାର କରିଥାଉ। କିନ୍ତୁ ଏହାକୁ ତିଅରି କରିବାର ଅନ୍ୟ ଏକ କାରଣ ରହିଛି। ଇତିହାସ କୁହେ ଯେ, ଏହି ଛୋଟ ବା Tinny Pocket କିଛି ଛୋଟ ଜିନିଷ ପାଇଁ ନୁହେଁ ବରଂ ଘଡ଼ି ରଖିବା ପାଇଁ କରାଯାଇଥିଲା। ଛୋଟ ଚେନ ଘଡ଼ି ୧୮ଶହ ଶବ୍ଦାଧୀରେ ଅଧିକ ମାତ୍ରାରେ ବ୍ୟବହାର କରାଯାଉଥିଲା। ଏହାକୁ ରଖିବା ପାଇଁ ଜିନ୍ସ ପ୍ୟାଣ୍ଟର ବ୍ୟାକ ସାଇଡରେ ଛୋଟ ପକେଟ ରଖାଯାଇଥିଲା।

ଏହାକୁ ପ୍ରଥମେ ଲେଭି ଷ୍ଟ୍ରାସ୍‌ ନାମକ କମ୍ପାନୀ ତିଆରି କରିଥିଲା। ଯାହାର ଏବେ ଦୁନିଆରେ ଲେଭିସ୍‌ବ୍ରାଣ୍ଡ ନାମରେ ଜଣାଶୁଣା । ତେଣୁ ଏହି ଛୋଟ ପକେଟକୁ ଓ୍ଵାଚ ପକେଟ ବୋଲି କୁହାଯାଏ। ଯେବେ ଚେନ୍‌ ଲଗା ଘଡ଼ି ତିଆରି ହେବା ବନ୍ଦ ହୋଇଗଲା ସେବେଠୁ ଏଥିରେ କଏନ ସହ ଅନ୍ୟାନ୍ୟ ଛୋଟ ଜିନିଷ ରଖିବା ଆରମ୍ଭ ହେଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.