Below header

୮ମ ଓ ୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ଖାଲିପଡିଛି ୧୨୯୫ ପଦବୀ

ନଦର୍ଣ୍ଣ କୋଲଫିଲ୍ଡ ଲିମିଟେଡ(NCL) ପକ୍ଷରୁ ଅପାରଣ୍ଟିସ ପଦବୀ ପାଇଁ ନୋଟିଫିକେସନ ଜାରି କରିଛି। ଆବେଦନ କରିବାର ତାରିଖ ପାଖେଇ ଆସୁଛି। ଯେଉଁ ଇଚ୍ଛକ ପ୍ରାର୍ଥୀ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନେ ଅଫିସିଆଲ ୱେବସାଇଟ୍‌ nclcil.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। apprenticeshipindia.org କୁ ଯାଇ ନୋଟିଫିକେସନ ଚେକ୍‌ କରନ୍ତୁ।

NCL ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଏହି ଖାଲିପଡିଥିବା ପଦବୀରେ ୮ମ ଏବଂ ୧୦ମ ପାସ୍‌ କରିଥିବା ପ୍ରାର୍ଥୀ ଏହି ଚାକିରି ପାଇଁ ଆବେଦନ କରିପାରିବେ। apprenticeshipindia.org ରେ ୦୬ ଡିସେମ୍ବର ୨୦୨୧ ଠାରୁ ଆବେଦନ କରିପାରିବେ ।

ପଦବୀ ବିବରଣୀ: ୧୨୯୫

େଓ୍ଵଲ୍ଡର: ୮୮
ଇଲେକ୍ଟ୍ରିସିଆନ: ୪୩୦
ମୋଟର ମେକାନିକ : ୯୨
ଫିଟର: ୬୮୫

ସାଧାରଣ ବର୍ଗ ପାଇଁ ୬୩୮ ସିଟ୍‌, ଓବିସି ପାଇଁ ୧୯୯, ଅନୁସୂଚିତ ଜାତି ପାଇଁ ୧୮୧, ଅନୁସୂଚିତ ଜନଜାତି ପାଇଁ ୨୭୭ ସିଟ୍‌ ରହିଛି।

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୬ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୦ ଡିସେମ୍ବରରେ ସମାପ୍ତ ହେବ। ଆବେଦନ କରିବା ପୂର୍ବରୁ ଅଫିସିଆଲ େଓ୍ଵବସାଇଟକୁ ଯାଇ ନୋଟିଫିକେସନକୁ ଭଲ ଭାବେ ପଢିଦିଅନ୍ତୁ।

ଶିକ୍ଷାଗତ ଯୋଗ୍ୟତା: ଇଲେକ୍ଟ୍ରିସିଆନ ଓ ମୋଟର ମେକାନିକ ପଦବୀ ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ ମ ଶ୍ରେଣୀ ପାସ କରିଥିବା ଦରକାର । ଏଥିସହିତ ପ୍ରାର୍ଥୀଙ୍କୁ ସମ୍ପର୍କିତ ଟ୍ରେଡରେ ଆଇଟିଆଇ ସାର୍ଟିଫିକେଟ NCVT / SCVT ରୁ ପ୍ରାପ୍ତ ହୋଇଥିବା ଦରକାର । ସେହିପରି ୱେଲ୍ଡର ପଦବୀ ପାଇଁ ପ୍ରାର୍ଥୀ ୮ମ ପାସ କରିଥିବା ଦରକାର ।

ବୟସ ସୀମା: ଯୋଗ୍ୟ ପ୍ରାର୍ଥୀଙ୍କର ନିମ୍ନତମ ବୟସ ୧୬ ବର୍ଷ ଓ ସର୍ବାଧିକ ବୟସ ୨୪ ବର୍ଷ ବୟସ ହେବା ଆବଶ୍ୟକ । ସରକାରୀ ନିୟମ ଅନୁଯାୟୀ ସଂରକ୍ଷଣ କାଟେଗୋରୀ ପାଇଁ ବର୍ଦ୍ଧିତ ବୟସ କୋହଳ ରହିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.nclcil.in/Content/nclcil.in/Document/771Notification2439.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.