Below header

ଲେମ୍ବୁ ନୁହେଁ ଘରେ ବନାନ୍ତୁ ତେନ୍ତୁଳି ଲଙ୍କା ଆଚାର, ଏପରି କରନ୍ତୁ ପ୍ରସ୍ତୁତ

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆଚାର ବହୁତ କାମରେ ଆସିଥାଏ। ଯେତେ ଯାହା ଭଲ ଆଇଟମ୍‌ ହେଉ ଥାଉ ନା କାହିଁକି ଆଚାର ଥିଲେ ଏହାର ସ୍ୱାଦ ବଢ଼ିଯାଏ ଦୁଇଗୁଣା। ତେବେ ଆଜି ଆସନ୍ତୁ ଜାଣିବା ତେନ୍ତୁଳି ଲଙ୍କା ଆଚାର।

ଲଙ୍କା ତେନ୍ତୁଳି ଆଚାର ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ

  • ଲଙ୍କା
  • ତେନ୍ତୁଳି
  • ତେଲ
  • ହେଙ୍ଗୁ
  • ଗୁଡ

ପ୍ରସ୍ତୁତି ପ୍ରଣାଳୀ

ସାଉଥ୍‌ ଇଣ୍ଡିଆନ୍‌ ଲଙ୍କା ତେନ୍ତୁଳି ଆଚାର ବନାଇବା ପାଇଁ ସର୍ବପ୍ରଥମେ ସୁଖିଲା ଲଙ୍କାକୁ ଧୋଇ ପୋଛି ଦିଅନ୍ତୁ। ଆପଣ ଚାହିଁବେ ତ ଏଥିରେ ଲଙ୍କାକୁ ମଝିରୁ କାଟି ବି ପାରିବେ। ଏହି ଲଙ୍କାକୁ ଧୋଇ ଧିମା ଆଞ୍ଚରେ ହାଲକା ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ଏଥିରେ ତେନ୍ତୁଳି ଏବଂ ଗୁଡ ପକାଇ କିଛି ସମୟ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଏବେ ସମସ୍ତ ସାମଗ୍ରୀର ପେଷ୍ଟ ବନାଇ ଦିଅନ୍ତୁ ଏବଂ ପୁର୍ନବାର ହେଙ୍ଗୁ ପକାଇ ଆଞ୍ଚରେ ବସାନ୍ତୁ। ଏହାପରେ ତେନ୍ତୁଳି ଲଙ୍କାକୁ ଆଞ୍ଚରେ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ। ଏବେ ଏହି ଆଚାରକୁ ଅନେକ ସପ୍ତାହ ପର୍ଯ୍ୟନ୍ତ ଷ୍ଟୋର କରି ଆପଣ ରଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.