Below header

ତୁମେ ଅଛ ତ ସବୁ ଅଛି, ଦୁହେଁ ଦୁହିଁଙ୍କୁ ସାହାରା ଦେବାକୁ ସାତ ଜନ୍ମ ପାଇଁ ସାଥି ହେଲେ ପର୍ଶୁରାମ ଓ ମାନତା

ଭଦ୍ରକ (କେନ୍ୟୁଜ) : ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ପ୍ରେମପକ୍ଷୀ। ବେଦିରେ ବସି ହାତକୁ ହାତ ଛନ୍ଦି ସାତ ଜନ୍ମ ପାଇଁ ସାଥି ହେଲେ ଦୁଇ ନିିଆରା ପ୍ରେମୀ ଯୋଡି। ବରଯାତ୍ରୀ ଥିଲେ ବେଦି ଥିଲା ବନ୍ଧୁ ପରିଜନ ବି ଥିଲେ କିନ୍ତୁ ନିଆରା ଥିଲେ ବର କନ୍ୟା। କାରଣ ଦୁଇଜଣ ଥିଲେ ଦିବ୍ୟାଙ୍ଗ। ଦୁଇଜଣ ନିଜର ଅଭାବକୁ ବୁଝି ପରଷ୍ପରର ସାଥ୍‌ ଦେବାକୁ ସାତ ଜନ୍ମ ପାଇଁ ବାନ୍ଧି ହୋଇଗଲେ।

ଭଦ୍ରକ ସହରରେ ଥିବା ମା ବଙ୍କବାସୁଳୀ ମନ୍ଦିରରେ ବାହା ହୋଇଛନ୍ତି ଭଦ୍ରକ ବ୍ଲକ ଅଧିନସ୍ଥ ଗେଲପୁର ପଞ୍ଚାୟତ ନଳାଙ୍ଗ କାଦପଟା ଗାଁର ପର୍ଶୁରାମ ପଣ୍ଡା ଓ ବେତଡା ପଞ୍ଚାୟତ ବିରୀପଡା ଗାଁର ମାନତା ବିଶ୍ୱାଳ। ଉଭୟ ପର୍ଶୁରାମ ଓ ମାନତା ଦୃଷ୍ଟିହୀନ। ଉଭୟ ଦୁଇଜଣଙ୍କ ଅଭାବକୁ ଅନୁଭବ କରିପାରି ପରଷ୍ପରକୁ ମନ ଦେଇ ବସିଲେ। ଆଉ ତାପରେ ନିଜର ପ୍ରେମକୁ ସଫଳ କରିବା ପାଇଁ ସ୍ୱାମୀ ସ୍ତ୍ରୀ ହେବାକୁ ନିଷ୍ପତ୍ତି ନେଲେ ପର୍ଶୁରାମ ଓ ମାନତା। ଆଉ ବନ୍ଧୁ ପରିଜନଙ୍କ ଆଶିର୍ବାଦରେ ମାନତାଙ୍କ ମଥାରେ ସିନ୍ଦୁର ଦେଲେ ପର୍ଶୁରାମ। ଆଉ ପାଲଟିଗଲେ ଆଦର୍ଶ ଦମ୍ପତି।

ବର ପକ୍ଷର ଲୋକ ମାନେ ଦୁହିଁଙ୍କୁ ଆଶୀର୍ବାଦ ଦେବା ସହିତ ଘରକୁ ନୂଆ ବୋହୂ ମାନତାଙ୍କୁ ଘରକୁ ପାଛୋଟି ନେଇଛନ୍ତି। ତେବେ ବର କନ୍ଯା ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହେବା ଯୋଗୁ ବେଶ ଖୁସି ଥିବା ବେଳେ ତାଙ୍କ ପରିବାର ଲୋକ ମନେ ମଧ୍ୟ ଖୁସି ଥିବା କହିଛନ୍ତି। ବର କନ୍ୟା ସାଜିଥିବା ପର୍ଶୁରାମ ଓ ମାନତା ଜନ୍ମରୁ ଚକ୍ଷୁ ରୋଗରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଟିଏ ଆଖି ହରାଇଛନ୍ତି। ତେବେ ଅନ୍ୟ ଗୋଟେ ଚକ୍ଷୁରେ ସାମାନ୍ୟ ଦେଖାଯାଉଛି। ବିବାହ ପରେ ବେଶ୍‌ ଖୁସି ଅଛନ୍ତି ପର୍ଶୁରାମ ଓ ମାନତା। ଉଭୟ ଉଭୟଙ୍କ ପ୍ରେମକୁ ଏପରି ସଫଳ ହେବା ଦେଖି ଏବଂ ବର କନିଆଁ ସାଜି ସ୍ୱାମୀ ସ୍ତ୍ରୀ ସାଜି ବେଶ୍‌ ଖୁସି ହେଉଛନ୍ତି ଏହି ଦୁଇ ନିଆରା ପ୍ରେମୀ ଯୋଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.