ଛାତିରେ ଟାଟୁ କରି ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ହରଭଜନ ସିଂହ, ଲେଖିଲେ ସ୍ପେଶାଲ ମେସେଜ୍

ସାଉଥ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କର ଆଜି ଜନ୍ମ ଦିନ। ଏ ଅବସରରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଅଭିନେତାଙ୍କ ଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ଥଲାଇବାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ପୂର୍ବ କ୍ରିକେଟର ହରଭଜନ ସିଂହ ମଧ୍ୟ ଅଭିନନ୍ଦନ ଜଣାଇବାରେ ଆଦୌ ପଛରେ ନାହାନ୍ତି। ସେ ବି ନିଆରା ଷ୍ଟାଇଲରେ ରଜନୀକାନ୍ତଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି। ହରଭଜନ ନିଜ ଛାତିରେ କରିଥିବା ରଜନୀକାନ୍ତଙ୍କ ଟାଟୁକୁ ଦେଖାଇଛନ୍ତି।
ହରଭଜନ ସିଂହ ନିଜ ଟାଟୁ ଦେଖେଇ ରଜନୀକାନ୍ତଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାମିଲରେ ଏକ ସୁନ୍ଦର ମେସେଜ ଲେଖିଛନ୍ତି। ଏହି ମେସେଜ ଜରିଆରେ ସେ ରଜନୀକାନ୍ତଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି।
“என் மாருமேல சூப்பர் ஸ்டார்”
80’s பில்லாவும் நீங்கள் தான்
90’s பாட்ஷாவும் நீங்கள் தான்
2k அண்ணாத்த நீங்கள் தான். சினிமா பேட்டையோட ஒரே சூப்பர் ஸ்டார் தலைவா @rajinikanth அவர்களுக்கு இனிய பிறந்தநாள் வாழ்த்துகள் #HBDSuperstarRajinikanth #SuperstarRajinikanth #ரஜினிகாந்த் pic.twitter.com/Tstolu51RB— Harbhajan Turbanator (@harbhajan_singh) December 12, 2021
ହରଭଜନ ସିଂହଙ୍କର ଏହି ଟାଟୁ ଦେଖି ସମସ୍ତେ ପଚାରୁଛନ୍ତି ସତରେ କଣ ହରଭଜନ ରଜନୀକାନ୍ତଙ୍କ ଟାଟୁ ନିଜ ଛାତିରେ କରିଛନ୍ତି। ଏଇଟା ଅସଲି କି ନକଲି ବୋଲି ଫ୍ୟାନମାନେ ହରଭଜନଙ୍କୁ ପ୍ରଶ୍ନ କରିଛନ୍ତି।
ଭଜ୍ଜି ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ ହରଭଜନ ସିଂହ ପଞ୍ଜାବ ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି। ସେ ଭାରତୀୟ ଜନତା ପାର୍ଟି ସହ ଯୋଡ଼ି ହେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ନିଜେ ଭଜ୍ଜି ଏହାକୁ ଗୁଜବ ବୋଲି କହିଛନ୍ତି।
Birthday isn’t the only thing common to Rajni Sir and my dear friend Yuvraj Singh. They make us believe in miracles, they bring smiles to the faces of millions. Bhai ko pyaar, sir ko salute.@rajinikanth @YUVSTRONG12 pic.twitter.com/FwFbC02hL5
— Mohammad Kaif (@MohammadKaif) December 12, 2021
କିଛି ଦିନ ତଳେ ଖବର ଆସିଥିଲା ଯେ ଭଜ୍ଜି କ୍ରିକେଟ ଜଗତରୁ ସନ୍ନ୍ୟାସ ନେବାକୁ ଯୋଜନା କରୁଛନ୍ତି। ଖୁବଶୀଘ୍ର ସେ ଆଇପିଏଲର କୌଣସି ଏକ ଦଳରେ କୋଚ୍ ଭାବେ ନଜର ଆସିବେ। ତେବେ ଏ ନେଇ ନିଜେ ଭଜ୍ଜି କିଛି କହି ନାହାନ୍ତି।
Happy birthday Thalaiva @rajinikanth Sir. Always praying for your good health and happiness in life.
— Sachin Tendulkar (@sachin_rt) December 12, 2021