ବାସୁଦେବପୁରର କୁନି ଗୁଗଲ ଗାର୍ଲ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ୪ ବର୍ଷର ଝିଅ ଅନ୍ବେଷା

ବାସୁଦେବପୁର(କେନ୍ୟୁଜ୍):  ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ କୁନି ଝିଅ ଅନ୍ବେଷା। ବୟସ ମାତ୍ର ୪ ବର୍ଷ, ହେଲେ କହୁଛନ୍ତି ରାଜ୍ୟ,ଦେଶ ଓ ବିଦେଶର କଥା। ମେଧାବୀ କୁନି ଛାତ୍ରୀ ହେଲେ ଅନ୍ବେଷା ସାହୁ। ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ସହରରେ ଥିବା ମିରାକିଲ ପବ୍ଲିକ ସ୍କୁଲର ଛାତ୍ରୀ ଅନ୍ବେଷା। ଇ.ମନୋଜ ସାହୁ ଓ ଲେଖିକା ରୋଜାଲିନ୍‌ ସାହୁଙ୍କ ଏକମାତ୍ର କନ୍ୟା ଅନ୍ବେଷା। ବିଭିନ୍ନ ଆଧ୍ୟାତ୍ମିକ,ପୌରାଣିକ ଓ ସାମାଜିକ ପ୍ରସଙ୍ଗ ଭିତ୍ତିକ ତଥ୍ୟ ପୂର୍ଣ୍ଣ କଥାକୁ ମନେ ରଖିପାରିଛନ୍ତି। ଅନ୍ବେଷାଙ୍କ ମାଆ ୟୁଟୁବ୍‌ରୁ ମଦର୍ସ ଲଭ୍‌ ଚ୍ୟାନେଲକୁ ଅନୁସରଣ କରି ନିଜ ଝିଅକୁ ପ୍ରସ୍ତୁତ କରାଇଥିଲେ। ସର୍ବ ଭାରତୀୟ ସ୍ତରରେ ଇଣ୍ଡିଆ ବୁକ୍‌ ରେକର୍ଡର କର୍ମକର୍ତ୍ତାମାନେ ।

basudev pur

ଅନ୍ବେଷାଙ୍କୁ ଅକ୍ଟୋବର ମାସ ୧ରେ ଆବେଦନ ପାଇଁ ନିମନ୍ତ୍ରଣ କରିଥିଲେ। ଚଳିତ ମାସ ୭ରେ ସଫଳତାର ସହ ସବୁ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ପାଇଥିଲେ। ସଂସ୍କୃତର ବିଭିନ୍ନ ଦେବା ଦେବୀଙ୍କ ବନ୍ଦନା, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ,ରାଜ୍ୟର ରାଜଧାନୀର ନାଁ,ପୁରାଣ ଚରିତ୍ରର ବିଭିନ୍ନ ଜଣା ଅଜଣା କଥା ମନେ ରଖି କହୁଛନ୍ତି। ଅନ୍ବେଷାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.