Below header

ଗୁଜରାଟର ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇ ଆଲର୍ଟ, ଆଜି ଲାଣ୍ଡଫଲ୍‌ କରିବ ବାତ୍ୟା ‘ବିପର୍ଯ୍ୟୟ’

ଗୁଜରାଟ ଉପକୂଳ ମୁହାଁ ବାତ୍ୟା ବିପର୍ଯ୍ୟୟ । ଭୀଷଣ ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଏବେ ଘଣ୍ଟାପ୍ରତି ୫ କିଲୋମିଟ ବେଗରେ ଆଗକୁ ବଢୁଛି ବିପର୍ଯ୍ୟୟ । ଏବେ ଉତ୍ତର ପୂର୍ବ ଦିଗରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଆଡ଼େ ଅଗ୍ରସର ହେଉଛି । ସ୍ଥଳଭାଗ ମୁହାଁ ହେବା ସହ ପ୍ରଭାବ ଦେଖାଇଲାଣି ବିପର୍ଯ୍ୟୟ ।

ନୂଆଦିଲ୍ଲୀ : ଗୁଜରାଟ ଉପକୂଳ ମୁହାଁ ବାତ୍ୟା ବିପର୍ଯ୍ୟୟ । ଭୀଷଣ ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଏବେ ଘଣ୍ଟାପ୍ରତି ୫ କିଲୋମିଟ ବେଗରେ ଆଗକୁ ବଢୁଛି ବିପର୍ଯ୍ୟୟ । ଏବେ ଉତ୍ତର ପୂର୍ବ ଦିଗରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଆଡ଼େ ଅଗ୍ରସର ହେଉଛି । ସ୍ଥଳଭାଗ ମୁହାଁ ହେବା ସହ ପ୍ରଭାବ ଦେଖାଇଲାଣି ବିପର୍ଯ୍ୟୟ । ଗୁଜରାଟ ଉପକୂଳରେ ବର୍ଷା ପବନ ଚାଲିଛି । ଆଜି ସଂଧ୍ୟା ସୁଦ୍ଧା ଜଖାୟୁ ପୋର୍ଟ ନିକଟରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ସ୍ଥଳଭାଗ ଅତିକ୍ରମ ବେଳେ ପ୍ରଳୟ ରଚିବ ବିପର୍ଯ୍ୟୟ ।

ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବ । ଏହା ବଢ଼ି ୧୫୦ କିଲୋମିଟର ବି ଛୁଇଁପାରେ । ସୁନାମୀ ଭଳି ମାଡ଼ି ଆସିବ ଲହଡ଼ି । କିଛି ସ୍ଥାନରେ ୩ରୁ ୬ ମିଟର ବା ପ୍ରାୟ ୨୦ ଫୁଟ ଉଚ୍ଚର ଷ୍ଟର୍ମ ସର୍ଜ ଆଶଙ୍କା ରହିଛି । ସୌରଷ୍ଟ୍ର ଓ କଛ ଉପକୂଳ ପାଇଁ ଜାରି ହୋଇଛି ରେଡ୍‌ ଆଲର୍ଟ । ଏହି ୨ ଜିଲ୍ଲାକୁ ମିଶାଇ ୮ ଜିଲ୍ଲାରେ ଧ୍ୱଂସର ଲୀଳା କରିବ ବାତ୍ୟା । ଦ୍ୱାରକା, ପୋରବନ୍ଦର, ରାଜକୋଟ, ଜାମନଗର, ଜୁନାଗଡ଼ ଓ ମୋରବି ଜିଲ୍ଲାରେ ତାଣ୍ଡବ ରଚିବ ବିପର୍ଯ୍ୟୟ । ଏହି ସବୁ ଜିଲ୍ଲାରେ ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଂକା ରହିଛି ।

ବାତ୍ୟା ଏବେ ଜଖାୟୁ ପୋର୍ଟଠାରୁ ୨୧୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ, ଦେବଭୂମି ଦ୍ୱାରକାରୁ ୨୨୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଓ ପାକିସ୍ତାନର କରାଚିରୁ ୩୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି । ବାତ୍ୟା ବିପର୍ଯ୍ୟୟ ମୁକାବିଲା ପାଇଁ ସଜାଗ ରହିଛି ଗୁଜରାଟ ପ୍ରଶାସନ । ଏନଡିଆରଏଫର ୧୮ଟି ଟିମ୍‌ ସହ ଏସଡିଆରଏଫ ସହ ମୁତୟନ ହୋଇଛନ୍ତି ସେନା ଓ ଅର୍ଦ୍ଧ ସାମରିକ ବାହିନୀ । ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳକୁ ୫୦ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.