ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା ମିଗଜୋମ୍, ଆଜି ନେଇପାରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ

ଆନ୍ଧ୍ର ଉପକୂଳକୁ ମାଡ଼ି ଆସୁଛି ସାଇକ୍ଲୋନ । ବଙ୍ଗୋପସାଗରରେ ଆଗକୁ ବଢୁଛି ମିଗଜୋମ୍ । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ସାମୁଦ୍ରିକ ଝଡ଼ । ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଅଗ୍ରସର ହେଉଛି । ଆଜି ମଧ୍ୟାହ୍ନରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ।

କେନ୍ୟୁଜ୍: ଆନ୍ଧ୍ର ଉପକୂଳକୁ ମାଡ଼ି ଆସୁଛି ସାଇକ୍ଲୋନ । ବଙ୍ଗୋପସାଗରରେ ଆଗକୁ ବଢୁଛି ମିଗଜୋମ୍ । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ସାମୁଦ୍ରିକ ଝଡ଼ । ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଅଗ୍ରସର ହେଉଛି । ଆଜି ମଧ୍ୟାହ୍ନରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ସମୁଦ୍ରକୁ ବଳ ଗୋଟାଇ ଅଧିକ ଘନୀଭୂତ ହେବ ବାତ୍ୟା । ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ସମ୍ଭାବନା ରହିଛି ।

ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖିବା ସହ ଆସନ୍ତାକାଲି ଆନ୍ଧ୍ର ଉପକୂଳରେ ଲାଣ୍ଡଫଲ୍ କରିବ ମିଗଜୋମ୍ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲ୍ଲୋର ଓ ପଛଲିପଟନମ୍ ଭିତରେ ଦ୍ବିପ୍ରହର ସମୟରେ ସ୍ଥଳଭାଗ ଅତିକ୍ରମ କରିବ । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବରେ ଲାଣ୍ଡଫଲ୍ କରିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ ଓ ବଢ଼ି ୧୧୦ କିଲୋମିଟର ଛୁଇଁପାରେ ।

ସମୁଦ୍ରରେ ରହିବା ସହ ବଢୁଛି ବାତ୍ୟାର ତୀବ୍ରତା ଓ ପବନର ବେଗ । ଏହାର ପ୍ରଭାବରେ ତାମିଲନାଡୁ ସମେତ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ବର୍ଷା ପବନ ଚାଲିଛି । ଆନ୍ଧ୍ରପ୍ରଦେଶରେ ଆଜି ଓ ଆସନ୍ତାକାଲି ଅତି ଭୀଷଣ ବର୍ଷା ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ଭୀଷଣ ଅଶାନ୍ତ ହୋଇ ଉଠିଛି ସମୁଦ୍ର । ୬ ତାରିଖ ଯାଏ ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ବାତ୍ୟା ମିଗଜୋମର ନାଁ ଦେଇଛି ମିଆଁମାର । ଏହାର ଅର୍ଥ ଶକ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.