Below header

ପିତାଙ୍କ ମୃତ୍ୟୁର ୧୦ ମାସ ପରେ ମିଳିଲା ଏମିତି ଇ-ମେଲ୍‌, ଯାହାକୁ ପଢ଼ିଲେ ହୋଇଯିବେ ଭାବୁକ

ପ୍ରେମର ପରିଭାଷା ଲେଖୁଥିବା ଲୋକେ ଭିନ୍ନ ଭିନ୍ନ କଥା ଲେଖି ଯାଇଛନ୍ତି । ବେଳେ ବେଳେ ଏମିତି ଉଦାହରଣ ଦେଖିବାକୁ ମିଳେ ଯାହା ପ୍ରେମର ଗଭୀରତା ଓ ପବିତ୍ରତାକୁ ନେଇ ବହୁତ କିଛି ବୟାନ କରିଥାଏ । ପ୍ରେମର ଏମିତି ଏକ ବାକ୍ୟ ଜଣେ ମହିଳାଙ୍କୁ ଇ-ମେଲ୍‌ ଜରିଆରେ ମିଳିଛି ମୃତ୍ୟୁର ୧୦ ମାସ ପରେ । ଯେଉଁଥିରେ ତାଙ୍କର ପିତ ମାତାଙ୍କର ୨୫ ତମ ବିବାହ ବାର୍ଷିକର ପୁରା ଯୋଜନା ରହିଛି ।

email-1

ଏହି ଘଟଣା ଘଟିଛି ଫିଲିପାଇନ୍ସର ମନିଲା ଠାରେ । ମନିଲାରେ ରହୁଥିବା ଏଲିସା ମେଞ୍ଜୋଜା ପିତାଙ୍କ ୧୦ ମାସ ତଳେ ମୃତ୍ୟୁ ହୋଇଯାଇଛି । ୧୦ ମାସ ପରେ ଝିଅଙ୍କୁ ପିତାଙ୍କର ଏକ ଇ-ମେଲ ମିଳିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଇ-ମେଲ୍‌ରେ ତାଙ୍କ ପିତା ମାତାଙ୍କର ୨୫ ତମ ବିବାହ ବାର୍ଷିକର ପୁରା ଚିଠା ଥିଲା ।

ବିବାହ ବାର୍ଷିକ କିପରି ପାଳନ କରିବେ ଓ କ’ଣ କ’ଣ କାର୍ଯ୍ୟକ୍ରମ କରିବେ ସବୁ କିଛି ଏହି ଇ-ମେଲ୍‌ରେ ଥିଲା । ଯାହା ତାଙ୍କ ପିତା ଏଲିସାଙ୍କ ପାଖକୁ ପଠାଇଥିଲେ ଯେପରି ଏହି ମେଲ୍‌ ତାଙ୍କ ଝିଅକୁ ବିବାହ ବାର୍ଷିକର କିଛି ଦିନ ପୂର୍ବରୁ ମିଳିଯାଏ ।

ପତ୍ନୀଙ୍କୁ କିପରି ଫୁଲ୍‌ ମିଳିବ ସେଥିପାଇଁ ମଧ୍ୟ ଆଗରୁ ଆଡ୍‌ଭାନ୍ସ କରିଥିଲେ ।

ଏଲିସା କହିଛନ୍ତି ଯେ ପିତାଙ୍କ ମୃତ୍ୟୁ ୨୦୧୯ରେ କିଡ୍‌ନୀ ରୋଗ ଜନିତ କାରଣରୁ ହୋଇଥିଲା । ପିତା ପ୍ରତି ବର୍ଷ ମା’ଙ୍କ ଜନ୍ମ ଦିନ(୧୯ ଅଗଷ୍ଟ), ଭାଲେଣ୍ଟାଇନ୍‌ ଡେ ଓ ବିବାହ ବାର୍ଷିକ(୧୦ ଜୁନ୍‌)ରେ ଫୁଲ ଦେଉଥିଲେ । ତେଣୁ କିପରି ପ୍ରତିବର୍ଷ ଏହି ଦିନରେ ପତ୍ନୀଙ୍କୁ ଫୁଲ ମିଳିପାରିବ ତା’ର ବ୍ୟବସ୍ଥା ମଧ୍ୟ କରିଯାଇଥିଲେ । ସେ ଜଣେ ଫୁଲ ବିକ୍ରେତାଙ୍କୁ କିଛି ବର୍ଷ ପାଇଁ ଅଗ୍ରୀମ ଟଙ୍କା ଦେଇଯାଇଥିଲେ । ଯେପରି ପ୍ରତିବର୍ଷ ତାଙ୍କ ପତ୍ନୀଙ୍କୁ ଫୁଲ ଦସ୍ତା ମିଳି ପାରିବ ।

e mail

ପତ୍ନୀଙ୍କ ପସନ୍ଦର ରେସ୍ତୋରାଁରେ ଟେବଲ୍‌ ମଧ୍ୟ ବୁକ୍‌ କରି ରଖିଥିଲେ

ଏହି ମେଲ୍‌ରେ ପିତା ତାଙ୍କର ୨୫ ତମ ବିବାହ ବାର୍ଷିକର ପୁରା ବ୍ୟବସ୍ଥା କରିଥିଲେ । ପତ୍ନୀଙ୍କ ପସନ୍ଦର ରେସ୍ତୋରାଁରେ ଟେବଲ୍‌ ମଧ୍ୟ ବୁକ୍‌ କରି ରଖିଥିଲେ । ଯଦି କୈାଣସି କାରଣରୁ ପତ୍ନୀଙ୍କର ବାହାରକୁ ଯିବାକୁ ମନ ନ ହୁଏ ତେବେ ବାହାରୁ ଖାଦ୍ୟ ମଧ୍ୟ ମଗାଯାଇ ପାରିବ । ଏଥି ସହିତ ସେ ତାଙ୍କ ପତ୍ନୀଙ୍କ ପାଇଁ ଏକ ଚିଠି ବି ଲେଖିଥିଲେ ଯେଉଁଥିରେ ଖୁବ୍‌ ସୁନ୍ଦର ଭାବେ ତାଙ୍କର ପ୍ରେମକୁ ବୟାନ୍‌ କରିଥିଲେ ।

ଏଲିସା ପିତାଙ୍କ ଏହି ପୋଷ୍ଟ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଛି । ଏଲିସା ମଧ୍ୟ ପିତାଙ୍କର ଏହି ଯୋଜନାକୁ କାମରେ ଲଗାଇଛନ୍ତି । ପିତା ଯାହା ସବୁ ଇ-ମେଲ୍‌ରେ ଲେଖିଥିଲେ ସେହି ଅନୁଯାୟୀ ସେ ସବୁ କରିଛନ୍ତି ।

ପିତାଙ୍କର ଏପରି ଭଲ ପାଇବା ଦେଖି ମା’ଙ୍କ ଆଖିରେ ଲୁହ ରହୁନି ବୋଲି ଏଲିସା କହିଛନ୍ତି । ତଥାପି ସେ ପିତାଙ୍କର ଇଚ୍ଛାକୁ ପୂରଣ କରିଛନ୍ତି । ଏହି ଘଟଣା ଫେସ୍‌ବୁକ୍‌ରେ ୨୯ ହଜାର ଲୋକ ଲାଇକ୍‌ କରିବା ସହ ୨୪ ହଜାରରୁ ଉର୍ଦ୍ଧ୍ୱ ଲୋକ ସେୟାର କରିଥିବା ଏଲିସା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.